କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୂର୍ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବଣ ବିହାର କାର୍ଯ୍ୟକ୍ରମ

ଆଜି ତା ୨୩ /୧୨/୨୦୨୫ ରିଖ ଦିନ ଅନୁଷ୍ଠିତ ହୋଇଛି। ସଭାପତି ପ୍ରଦିପ ଘଡେଇ, ଉପ ସଭାପତି ହେମନ୍ତ ଦଣ୍ଡସେନା, ସମ୍ପାଦକ ତରୁଣ କୁମାର ଦାଶ, କୋଷାଧ୍ୟକ୍ଷ ସିବନାରାୟଣ ଦେହୁରି ଏବଂ ପ୍ରାୟ ସମସ୍ତ ଅଭିଭାବକ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଧାନ ଗୁରୁଜୀ ଜ୍ଞାନରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗୋଟାଏ ଛୋଟ ବୈଠକ କରଯାଇଥିଲା।

ସେଥିରେ ଅଭିଭାବକ ମାନେ ତାଙ୍କର ମତ ଓ ପ୍ରସ୍ତାବ ଦେଇଥିବା ବେଳେ କମିଟିର ସଭାପତି ଅଭିଭାବକଙ୍କ ପ୍ରସ୍ତାବ ଏବଂ ମତର ବିଚାର କରି ପଦକ୍ଷେପ ନେବାକୁ କହିଥିଲେ। ଶିଶୁ ବିଦ୍ୟା ମନ୍ଦିରଟି ୨୦୦୦ ମସିହାରୁ ମାତ୍ର ୧୫ ରୁ ୨୦ ପିଲାଙ୍କୁ ନେ଼ଇ ଆରମ୍ଭ ହେଇଥିବା ବେଳେ ବହୁ କଷ୍ଟରେ ବର୍ତ୍ତମାନ ୨୯୫ ପିଲା ପର୍ଯନ୍ତ୍ ହୋଇପାରିଛି। ଏହି ଯାତ୍ରାରେ ବହୁତ ସମାଜ ସେବୀ ଓ ଗୁରୁଜୀ ଗୁରୁମାଙ୍କ ଅବଦାନ ରହିଛି। ବର୍ତ୍ତମାନ ଚାରିଜଣ ଗୁରୁଜୀ ଏବଂ ଆଠ ଜଣ ଗୁରୁମା ପାଠ ପଢ଼ାରେ ସାହାଯ୍ୟ କରୁଛନ୍ତି । ବଣ ବିହାର କାର୍ଯ୍ୟକ୍ରମରେ କୁନି କୁନି ପୁଅ ଝିଅମାନେ କେତେ ଗୁଡ଼ିଏ ରେକର୍ଡ ନୃତ୍ୟ ପରିବେଷଣ କରିଥିଲେ,ଏହି ଅବସରରେ ଗଣିତ ଦିବସ ପାଇଁ କେତେ ଗୁଡିଏ ପ୍ରଶ୍ନ ପିଲାମାନଙ୍କୁ ପଚରା ଯାଇଥିଲା ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସମସ୍ତେ ଭୋଜନ ସାରି ସେମାନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।




