ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ “ ପ୍ରଶାସନ ଗାଓଁ କି ଔର” କର୍ମଶାଳା ଅନୁଷ୍ଠିତ

ଅନୁଗୋଳ – କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ , ମନ୍ତ୍ରାଳୟଙ୍କର ନିର୍ଦ୍ଦେଶକ୍ରମେ ସୁଶାସନ ସପ୍ତାହ ତା ୧୯.୧୨.୨୦୨୫ ଠାରୁ ୨୫.୧୨.୨୦୨୫ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ସ୍ତରରେ ପାଳନ କରାଯାଉଅଛି । ଏ ସଙ୍କ୍ରାନ୍ତରେ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ୨୩.୧୨.୨୦୨୫ ରିଖ ଦିବା ୧୧.୦୦ ଘଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସଭାପତି ଜିଲ୍ଲାପରିଷଦ ଶ୍ରୀମତୀ ବବିତା ପ୍ରଧାନଙ୍କର ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କର୍ମଶାଳାରେ ଅବସରପ୍ରାପ୍ତ ପ୍ରଶାସକ ଡା ଧରଣିଧର ନାଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ଏହି କର୍ମଶାଳାରେ ସରକାରଙ୍କ ଦ୍ବାରା ପ୍ରଚଳିତ ସମସ୍ତ ଯୋଜନା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଗ୍ରାମାଞ୍ଚଳରେ କିପରିଭାବେ ସୂରୁଖୁରୁରେ ପହଞ୍ଚିପାରିବ ସେ ବିଷୟରେ ଆଲୋଚନା କରଯାଇଥିଲା । ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ସରପଞ୍ଚମାନେ ଏ ସଙ୍କ୍ରାନ୍ତରେ ସେମାନଙ୍କର ଅଭିଜ୍ଞତା ଏବଂ ବିଭିନ୍ନ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଉପରେ ନିଜର ମତାମତ ରଖିଥିଲେ । ଏହି କର୍ମଶାଳାରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ମହାନ୍ତ ସ୍ବାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଗୌରବମୟ ପ୍ରଧାନ ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ ) ଧନ୍ୟବାଦ ଅର୍ପଣ କରିଥିଲେ ।



