ବଡ଼ବିଲଥାନା ଅନ୍ତର୍ଗତରେ ଗୋମାଂସ ଖାଇବାକୁ ନେଇ ବୃଦ୍ଧାଙ୍କୁ ପ୍ରାଣାନ୍ତକ ଆକ୍ରମଣ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଗୋମାଂସ ଖାଇବାକୁ ନେଇ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୂଚନା। ଆହତ ବୃଦ୍ଧ ବ୍ୟକ୍ତି ଜଣକ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପାଲ୍ ହଟିଂ ଅଞ୍ଚଳର ଗୋପାଲ୍ ହାଇବୁରୁ ହୋଇଥିବା ସୂଚନା। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି। ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ବଡ଼ବିଲ ପାଲ୍ ହାଟିଂ ନିକଟ ଏକ ବିଲରେ ଗୋଟିଏ ମଲା ଗୋରୁ ପଡ଼ିରହିଥିଲା । ଗୋପାଲ୍ ହାଇବୁରୁ ମଲା ଗୋରୁକୁ କାଟି କିଛି ମାଂସ ଖାଇବା ପାଇଁ ଘରକୁ ନେଇଥିଲେ । ଏହା ଜାଣିବା ପରେ କିଛି ସ୍ଥାନୀୟ ଯୁବକ ତାଙ୍କ ଘରକୁଯାଇ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଫଳରେ ବୃଦ୍ଧ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ, ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନେଇ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ବଡ଼ବିଲ ପୋଲିସ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




