ବାଲି ଚୋରାଚାଲାଣ କାରୀଙ୍କ ପଦୃଭାବ, ଗ୍ରାମବାସୀଙ୍କ ଦ୍ବାରା ତିନି ଟ୍ରାକ୍ଟର ଅଟକ

କେନ୍ଦୁଝର ଜିଲ୍ଲାରେ ବାଲି ଚୋରା ଚାଲାଣ କାରୀଙ୍କ ପାଦୃଭାବ, ଚମ୍ପୁଆଉପଖଣ୍ଡ ଚମ୍ପୁଆ ତହସିଲ୍ ଅନ୍ତର୍ଗତରେ ବାଲି ଚୋରା ଚାଲାଣ ବେଳେ ତିନି ଟ୍ରାକ୍ଟର ଜବତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ତହସିଲ ଅନ୍ତର୍ଗତ ପତଳା ଅରଡେଇ ବାଲିଘାଟରେ ଲଘୁଖଣି ବିଭାଗ ର ଚଢ଼ାଉ ତିନି ଟ୍ରାକ୍ଟର ଜବତ। ଚମ୍ପୁଆ ତହସିଲ ପତଳା ସ୍ଥିତ ଅରଡେଇ ନଦୀରୁ ବ୍ୟାପକ ବାଲି ଚୋରା ଚାଲାଣ ହେଉଥିବାରୁ ଆଜି ଗ୍ରାମବାସୀ ଚୋରା ଚାଲାଣ କରୁଥିବା ଟ୍ରାକ୍ଟର ଗୁଡ଼ିକୁ ଅଟକରଖି ଲଘୁଖଣି ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଲଘୁ ଖଣି ବିଭାଗ ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀ ଅଟକ ରଖିଥିବା ତିନୋଟି ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତି ମାନେ ସୁଯୋଗ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା। ସୂଚନାଯୋଗ୍ୟ କି ଚମ୍ପୁଆ ତହସିଲର ବିଭିନ୍ନ ବାଲି ଉତ୍ସରୁ ବ୍ୟାପକ ବାଲି ଚେlରାଚାଲାଣ ହେବା ନେଇ ଅସନ୍ତୋଷ ବୣଦ୍ଧି ପାଉଥିବା ବେଳେ ଲଘୁଖଣି ବିଭାଗ ଏଥିପ୍ରତି ଦୣଷ୍ଟି ଦେଉନଥିବା ବେଳେ ଗ୍ରାମବାସୀ ବାଧ୍ୟ ହେଇ ଗାଡି ଅଟକ ରଖି ବିଭାଗ କୁ ସୂଚନା ଦେଇଥିବା ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



