ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନ
ରପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନରେ ଜ୍ଞାନେଶ କୁମାର। ଜ୍ଞାନେଶଙ୍କୁ ସ୍ୱାଗତ କଲେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ଅରବିନ୍ଦ ପାଢୀ। ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା କରିବା ସହ ପାର୍ଶ୍ୱ ଦେବା ଦେବୀଙ୍କ ଦର୍ଶନ କଲେ ଜ୍ଞାନେଶ। ପରିବାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ସୁଯୋଗ ପାଇ ଖୁସି ବ୍ଯକ୍ତ କଲେ ଜ୍ଞାନେଶ ଓ କହିଲେ ଯେ ଓଡ଼ିଶାର କଳା, ସଂସ୍କୃତି ଓ ଭାଷା ଭାରତର ସବୁଠୁ ପ୍ରାଚୀନ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜ୍ଞାନେଶ।



