କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀପଲଙ୍କ ଉତ୍ପାତ
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେ ଜଙ୍ଗଲି ହାତୀପଲଙ୍କ ଉତ୍ପାତ ଥମିବାରେ ନା ଧରୁନି, କହିବାକୁ ଗଲେ ବନବିଭାଗ ଏହାକୁ ଆୟତ୍ତ କରିବାରେ ସମ୍ପୂର୍ଣ ବିଫଳ ମନେହୁଏ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଝାଲିଆବେଡା ଗାଁ ଜଙ୍ଗଲରେ ରହୁଥିବା ପଚିଶ ଟିକିଆ ହାତୀପଲଙ୍କ ଉତ୍ପାତ ଜାରି ରହିଛି l ଗତରାତି ଏହି ହାତୀପଲ ଝାଲିଆବେଡା ଜଙ୍ଗଲରୁ ବାହାରି ବଣକାଟି, ନିଉଣ୍ଡି, ବର୍ଧନା, ପାରୁଡିପଶି , ଗ୍ରାମରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବାସହ ଧାନ ଫସଲ ନଷ୍ଟ କରିଥିବା ନେଇ ସୂଚନା।ଆଜି ସକାଳୁ ହାତୀପଲ ଜାଲି ଜଙ୍ଗଲକୁ ଚାଲିଯାଇଥିବା ନେଇ ସୂଚନା l ହାତୀପଲ ଉପରେ ବନବିଭାଗ ନଜର ରଖିଛି ମାତ୍ର ହାତୀଙ୍କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହେଉଥିବାରୁ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ହାତୀପଲ ଆଜି ସକାଳୁ ଗ୍ରାମ ବିଲ ଖମାରରୁ ବାହାରି ଜଙ୍ଗଲ ଆଡକୁ ଯାଇଥିବା ବେଳେ ଗ୍ରାମ ବାସୀ ହାତୀଙ୍କ ପଛରେ ରହି ହାତୀଙ୍କୁ ଘଉଡଉ ଥିବା ଦେଖାଯାଇଛି l ଏହି ହାତୀପଲ ଗାଁ ଭିତରକୁ ପଶି ଆସୁଥିବାରୁ ଗ୍ରାମ ଗୁଡିକରେ ଗ୍ରାମ ବାସୀ ମାନେ ମଧ୍ୟ ରାତିଅନିଦ୍ରା ରହି ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ବାଧ୍ୟ ହେଉଛନ୍ତି ଏହି ହାତୀପଲ ମଧ୍ୟରେ ୬ ଟି ଦନ୍ତା ୧୧ଟି ମାଇ ଓ ୮ ଟି ଛୁଆହାତୀ ରହିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



