ଏମ୍ଜିଏମ୍ ନିମିଧା କାରଖାନାରେ ଉତ୍ସାହର ସହିତ ନୂତନ ବର୍ଷର ପାଳନ

(ତାରିଖ – ୦୧.୦୧.୨୦୧୬)ଆଜି ନୂତନ ବର୍ଷର ଶୁଭ ସକାଳରେ ଏମ୍ଜିଏମ୍ ଷ୍ଟିଲ୍ ଡିଭିଜନ–୦୧, ନିମିଧା କାରଖାନାର କର୍ମଚାରୀ ଓ ଶ୍ରମିକମାନେ ପୂର୍ବବର୍ଷର ସଫଳତାର ଅନୁଭବ ସହ ଆଗାମୀ ବର୍ଷ ପାଇଁ ସଂକଳ୍ପବଦ୍ଧ ହୋଇ ଉତ୍ସାହର ସହିତ ନୂତନ ବର୍ଷ ପାଳନ କରିଛନ୍ତି।ଏହି ଅବସରରେ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ବେହେରା ଉପସ୍ଥିତ କର୍ମଚାରୀ ଓ ଶ୍ରମିକମାନଙ୍କୁ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ପଦ୍ମଲୋଚନ ମହାନ୍ତିଙ୍କ ତରଫରୁ ନୂତନ ବର୍ଷର ଶୁଭେଚ୍ଛା ଓ ବାର୍ତ୍ତା ଜଣାଇଥିଲେ।ଅଧ୍ୟକ୍ଷଙ୍କ ବାର୍ତ୍ତା ମାଧ୍ୟମରେ ବିଗତ ବର୍ଷର ସଫଳ କାର୍ଯ୍ୟନିଷ୍ପାଦନ ପାଇଁ ସମସ୍ତ କର୍ମଚାରୀ ଓ ଶ୍ରମିକ ବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥିବା ସହ ଚଳିତ ବର୍ଷରେ କାରଖାନାର ମୂଳ ଲକ୍ଷ୍ୟ ଓ ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ତତ୍ସହିତ କାରଖାନା ସଂଲଗ୍ନ ସମସ୍ତ ପରିବାରବର୍ଗଙ୍କ ସୁଖ, ଶାନ୍ତି ଓ ସମୃଦ୍ଧିର କାମନା କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)


