ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପୁଷ ପୂର୍ଣ୍ଣିମା ଥିବାରୁ ବିଶେଷ ପୂଜର୍ଚ୍ଚନା କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ପହିଲି ଭୋଗ,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ମଙ୍ଗଳା ଅର୍ପଣ ପୂଜା, ପୁଷ୍ୟା ଅଭିଷେକ ନୀତି, ଚକା, ପୂଳି ,ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ। ପୂଜକ ଶିବଶ୍ଚ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ପୁଷ ପୂର୍ଣ୍ଣିମା ନୀତି ପାଳିତ ହୋଇଥଲା।

January 17, 2026/
No Comments


