ଭୁଶୁଡ଼ୁଛି ଲାଲ୍ଗଡ଼ । ଛତିଶଗଡ଼ରେ ଶେଷ ନିଶ୍ୱାସ ନେଉଛନ୍ତି ମାଓବାଦୀ । ଗତକାଲି ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକୁମା ଜିଲ୍ଲାରେ ବଡ଼ ଧରଣର ଏନକାଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । କିସ୍ତାରାମ ଜଙ୍ଗଲରେ ଜବାନଙ୍କ ସହ ମୁହାଁମୁହିଁ ୫୦ରୁ ଅଧିକ ମାଓବାଦୀ ହୋଇଥିଲେ । ହେଲେ ଯବାନଙ୍କ ଗୁଳିରେ କୋଣ୍ଟା ଏରିଆ କମିଟିର ମାଓ କମାଣ୍ଡର ମଙ୍ଗଡ଼ୁଙ୍କ ସହ ୧୨ ଜଣ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି ।

January 16, 2026/
No Comments


