ତାଳଚେର ଟାଉନ ଥାନା ସମ୍ମୁଖରେ ପୂଜକଙ୍କୁ ବିଭତ୍ସ ହତ୍ୟାକାଣ୍ଡ
଼ତାଳଚେର, ୦୩/୦୧ ତାଳଚେର ଟାଉନଥାନାରେ ସମ୍ମୁଖରେ ଜନଗହଳିପୂର୍ଣ୍ଣ ସ୍ପଷ୍ଟଦିବାଲୋକରେ ଜଣେ ପୂଜକଙ୍କୁ ନିର୍ମମଭାବେ ହତ୍ୟା କରିବା ଘଟଣା ସମଗ୍ର ତାଳଚେର ଅଂଚଳରେ ଚାଚଂଲ୍ୟ ସୃଷ୍ଟି କରିଛି । ଏଭଳି ବିଭତ୍ସ ହତ୍ୟାକାଣ୍ଡ କେବେ ହେଲେ ଥାନା ସମ୍ମୁଖରେ ଘଟିଥିବା ଆଦୌ ଶୁଣିବାକୁ ମିଳିନଥିôଲା । ଏଥିରୁ ତାଳଚେର ଟାଉନଥାନା ପୋଲିସ୍ର ପାରିବାପାଣିଆ ଉପରେ ପ୍ରଶ୍ନବାଚୀବାଚୀ ସୃଷ୍ଟି କରିବା ସହିତ ଲୋକଙ୍କ ଧନଜୀବନ କେତେ ସୁରକ୍ଷିତ ଏହାକୁ ନେଇ ଲୋକେ ଭୟଭିତ ହୋଇପଡ଼ିଥିବା ଶୁଣାଯାଉଛି । ଘଟଣାରୁ ପ୍ରକାଶ ଆଜି ସକାଳେ ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧ ବଡ଼ଦାଣ୍ଡ ସାହିର ପୂଜକ ସନ୍ତୋଷ ମହାପାତ୍ର (୪୮)ଙ୍କୁ ସେହି ନିକଟସ୍ଥ ଘୋଡ଼ାଶାଳର ଚଗଲା ଅମାନ୍ତ(୩୫)ସାମାନ୍ୟ କେଇ ଟଙ୍କାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । କିନ୍ତୁ ଏହା ପରବର୍ତି ସମୟରେ ଏତେ ଭୟଙ୍କର ହେବ ଯେ, କାହାର ହେଲେ ଏଥିପ୍ରତି ଧାରଣା ନଥିଲା । ଆଜି ପ୍ରାୟ ମଧ୍ୟାହ୍ଣ ସମୟରେ ଥାନା ସମ୍ମୁଖରେ ଉଭୟଙ୍କ ମଧ୍ୟରେ ଟଙ୍କା ମାଗିବା ଘଟଣାକୁ ନେଇ ହାତାହାତି ହେବାପରେ ପୂଜକଙ୍କୁ ଏକ ସ୍କୃ’ଡ଼୍ରାଇଭରରେ ତାଙ୍କ ବେକକୁ ତିନିଥର ଆକ୍ରମଣ କରିବା ଫଳରେ ସେ ଘଟଣା ସ୍ଥଳରେ ଅଚେତ ହୋଇ ଖସିପଡ଼ିିଥିଲେ । ଏହି ଘଟଣା ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ୍ ସେଠାରେ ପଂହଚି ପୂଜକ ଶ୍ରୀ ମହାପାତ୍ରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାରକରି ଏକ ଟେମ୍ପୋରେ ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାକୁ ନେଇଥିଲେ । ଡ଼ାକ୍ତର ପରୀକ୍ଷା ନିରୀକ୍ଷା କରିବାପରେ ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ଠିକ୍ ଏତିକି ବେଳେ ସେହି ସମୟରେ ଅପରାଧି ଅମାନ୍ତ ଖସି ଫେରାର୍ ହୋଇଯିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ୍ ତାକୁ ପିଛାକରି ସୌଭାଗ୍ୟ ସାଗର ପୋଖରୀ ହୁଡ଼ାରୁ କାବୁ କରି ନେଇଥିଲା । ଏହି ଘଟଣା ପୂଜକଙ୍କ ପରିବାର ଜାଣିବାପରେ ପରିବାର ସମେତ ବସ୍ତିବାସୀନ୍ଦା ଥାନାକୁ ଆସି ପାଟିତୁଣ୍ଡ କରିଥିଲେ ଏବଂ ମେଡ଼ିକାଲରେ ମଧ୍ୟ ହାଲା କରିଥିବା ଜଣାପଡ଼ିଥିଲା । ଅପରାହ୍ଣ ସମୟରେ ମେଡ଼ିକାଲ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା । ମୃତ ଶ୍ରୀ ମହାପାତ୍ରଙ୍କୁ ଏକ ବଡ଼ ପଟ୍ଟୁଆରରେ ଶୋକାକୂଳ ପରିବେଶ ମଧ୍ୟରେ ନିଆଯାଇ ମଣ୍ଡାପାଳ ଶ୍ମଶାନଘାଟ ଠାରେ ଶେଷକୃତତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି । ତାଳଚେର ଟାଉନଥାନାରେ ମାଳମାଳ ପୋଲିସ୍ ସହିତ କୁଆଡ଼େ ଦକ୍ଷ ପୋଲିସ୍ ଅଧିକାରୀ ଥାଇ ମଧ୍ୟ ଏପରି କିପରି ଅପ୍ରିତିକର ଘଟଣା ଘଟିଲା ବୋଲି ଅଂଚଳରେ ଚର୍ଚ୍ଚା ଯୋରଧରିଛି ।



