ବିପଦ ସଙ୍କୁଳ ଅବସ୍ଥାରେ ସ୍ୱରେଜ ବୋର୍ଡ଼ ପାଚେରୀ଼
ତାଳଚେର, ୦୩/୦୧ ,ତାଳଚେର ପୌରପରିଷଦ ଅନ୍ତର୍ଗତ ପାଇକସାହି ୩ନଂୱାର୍ଡ଼ ପଛପାଶ୍ୱର୍ ରାସ୍ତାକଡ଼ରେ ସ୍ୱରେଜବୋର୍ଡ଼ ପକ୍ଷରୁ ଏହାର ଚର୍ତୁପାଶ୍ୱର୍ରେ ନିର୍ମାଣ କରାଯାଇଥିବା ପାଚେରୀର ମଧ୍ୟରୁ ରାସ୍ତାପାଶ୍ୱର୍ରେ ରହିଥିବା ପାଚେରୀ ଏବେ ବିପଦ ସଙ୍କୁୁଳଅବସ୍ଥାରେ ରହିଛି । ଏହି ପାଚେରୀ ଆଜକୁ ୧ବର୍ଷ ହେବ ନିର୍ମାଣ କରାଯାଇଥିଲା । କାର୍ଯ୍ୟ ଏତେ ନିମ୍ନମାନର ହୋଇଥିଲା ଯେ ବର୍ତମାନ ଏହି ପାଚେରୀରେ ଫାଟ ଦେଖାଯିବା ସହ କେଉଁ ମୂହର୍ତରେ ଟଳି ପଡ଼ିବ ଓ କେତେ ଧନଜୀବନ ନଷ୍ଟ ହେବ ତାହା ଆକଳନ କରିହେବନି । ଏହାର ପାଶ୍ୱର୍ରେ ରହିଥିବା ବ୍ରିଜଟି ମଧ୍ୟ ଦବି ଯାଇଥିବାରୁ ଏଡା ଉପରେ ଯାତାୟତ କରିବାକୁ ଭୟ ସୃଷ୍ଟି ହୋଇଥାଏ । ଲକ୍ଷ୍ୟଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ସ୍ଥାୟୀତ୍ୱପ୍ରତି ପ୍ରଶ୍ନ ଉଠିବା ସହ ଏହାର ତଦନ୍ତ କରାଯାଇ ଏହାକୁ ପୁନଃନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । ଏହି ବ୍ରିଜ ଉପରେ ଦୈନନ୍ଦିନ ୩ନମ୍ବର ନଂ ୱାର୍ଡ଼ର ଅଧିବାସୀ ସମେତ ଅନ୍ୟାନ୍ୟ ବ୍ୟକ୍ତିମାନେ ଯାତାୟତ କରୁଛନ୍ତି ଏବଂ ଏହି ରାସ୍ତାଟି ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାକୁ ଯିବାକୁ ଦୂରତା କମିଯାଏ ବେଲି ୱାର୍ଡ଼ବାସୀ ପ୍ରକାଶ କରିଛନ୍ତି ।



