
ବ୍ରହ୍ମପୁର, ୪/୧ : ଦିଗପହଣ୍ଡି ପାଖରେ ଆଜି ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏମ.କେ.ସି.ଜି. ମେଡିକାଲରେ ଚିକିତ୍ସା ହେଉଥିବା ସମସ୍ତ ଯାତ୍ରୀ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିବା ସହ ସମସ୍ତଙ୍କ ଚିକିତ୍ସା ଠିକ୍ ସେ କରିବାକୁ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ

ବିଭୂତି ଭୂଷଣ ଜେନା, ତାଙ୍କ ସହ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦକ ଶିବ ଶଙ୍କର ନାୟକ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଗଞ୍ଜାମ ଜିଲ୍ଲାପାଳ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ,ବ୍ରହ୍ମପୁର ଉପଜିଲ୍ଲାପାଳ,ବଡ଼ ମେଡ଼ିକାଲ ଅଧିକାରୀ,ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।




