ଲକ୍ଷ୍ମୀଧର ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ୨୦୦୨ ମାଟ୍ରିକ୍ ବ୍ୟାଚ୍ର ବନ୍ଧୁମିଳନ
ଢେଙ୍କାନାଳ, ୦୪/୦୧/୨୬: ସହରସ୍ଥିତ ଲକ୍ଷ୍ମୀଧର ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ୍ ବ୍ୟାଚ୍ର ବନ୍ଧୁମିଳନ ସ୍ଥାନୀୟ ଯତନନଗରସ୍ଥିତ ୱାଟରପାର୍କ ଠାରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହିବର୍ଷ ୪୨ଜଣ ବନ୍ଧୁ ପରିବାର ସହ ଯୋଗଦେଇଥିଲେ । ହର୍ଷ ଉଲ୍ଲାସର ସହ ଭୋଜି କରିବା ସହିତ ନୂଆବର୍ଷକୁ ସ୍ଵାଗତ କରିଛନ୍ତି । ଏହି ବନ୍ଧୁମିଳନରେ ସମସ୍ତ ବନ୍ଧୁ ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷରେ ସମସ୍ତେ ସୁଖ, ଶାଳି ଓ ସମୃଦ୍ଧି ପାଆରୁ ଏବଂ ସମସ୍ତେ ସୁସ୍ଥ ରୁହନ୍ତୁ ବାର୍ତା ପ୍ରଦାନ କରିଥିଲେ । ବନ୍ଧୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବାବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ବନ୍ଧୁମିଳନକୁ ସିଲା ସାହୁ, ନିରୂପମା ସାବୁ, ରଶ୍ମିତା ଦାସ, ମମତା ସାହୁ, ଜୟନ୍ତୀ ପରିତା, ପ୍ରଦୀପ କୁମାର ମହାପାତ୍ର, ସମରେନ୍ଦ୍ର ସାହୁ, ଗୋପିନାଥ ସାହୁ, ପଦ୍ମଲୋଚନ ସାହୁ ଓ ତପନ ସ୍ଵାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ସୁଚାରୂ ରୂପେ ପାଳନ କରିଥିଲେ |



