ପଂଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ
ଢେଙ୍କାନାଳ,୦୪/୦୧: କୈବଲ୍ୟ ବଜାରସ୍ଥିତ ଗାୟତ୍ରୀ ମନ୍ଦିରଠାରେ ଗାୟତ୍ରୀ ପରିବାର ପକ୍ଷରୁ ଦୁଇଦିନ ବ୍ୟାପୀ ବାର୍ଷିକୋତ୍ସବ ଓ ପଂଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫୧ ମହିଳାଙ୍କ ଦ୍ବାରା ଯାଉଁଳି ପୋଖରୀ ଠାରୁ ପୂଜା ଅର୍ଚ୍ଚନା କରାଯାଇ କଳସଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା । ଅଦ୍ୟ ଗାୟତ୍ରୀ ମାତାଙ୍କର ପଂଚକୁଣ୍ଡିୟ ଗାୟତ୍ରୀ ହବନ, ପୂର୍ଣାହୂତି ଓ ଶେଷରେ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ଗାୟତ୍ରୀ ପରିବାର ତରଫରୁ ଶିବ ପ୍ରସାଦ ଶତପଥୀ, ଗୋପିନାଥ ସାହୁ, ସନ୍ତୋଷ କୁମାର ଅଗ୍ରୱାଲ, ବସନ୍ତ ମଞ୍ଜରୀ ମିଶ୍ର, ଦେବରାଜ ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନା କରାଯାଇଥିଲା ।



