ମଦବନ୍ଦ କରିବାପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମର ଏସ,ଏଚ, ଜି, ମହିଲା ଓ ଗ୍ରାମବାସି

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚାଇଗୁଡା ପଞ୍ଚାୟତ ଅଧିନସ୍ଥ ଶାନ୍ତିପୁର ଗ୍ରାମରେ ନିଶାମୁକ୍ତ ଗ୍ରାମ କରିବାପାଇଁ ଗ୍ରାମର ଶତାଧିକ ମହିଳା ଓଗ୍ରାମବାସି ମଦ ମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି।ଗ୍ରାମରେ କିଛି ବ୍ୟକ୍ତି ଖୋଲା ମଦ ଓପକେଟମଦ ଆଣି ବିକ୍ରି କରୁଥିବାରୁ ଗ୍ରାମର ପୁରୁଷମାନେ ମଦପିଇ ନିଜ ସ୍ତ୍ରୀମାନଙ୍କୁ ମାରପିଟ୍ କରି ପ ଇସା ନେଇମଦପିଇ ଦେଉଛନ୍ତି ପାଠପଢିବା ପୁଅ ମାନେ ମଦପିଇ ସ୍କୁଲଜାଉନଥିବା ଏସ,ଏଚ,ଜି, ମହିଳାମାନେ ଅଭିଯୋଗ କରିଛନ୍ତିି,କେତେଜଣ ଏହି ମଦପିଇ କିଡନୀ ଓ ଲିଭ୍ ରୋଗ ରେ ପିଡିତ ଅଛନ୍ତି ଅଗାଧୁ ଭୋଇ ମୃତ୍ୟୁ ବରଣ କରିଥିବାବେଲେ,କ୍ରୃପାସିନ୍ଦୁ ମେହେର, ଜଗନ୍ନାଥ ମେହେର, ପୁନଃ ମାଝୀ,ବେଣୁଧର ଭୋଇ ମଦପିଇ କିଡନୀ ରୋଗର ଶିକାରହୋଇଥିବା ଅଭିଯୋଗ କରି ଗ୍ରାମବାସି ମଦ ମୁକ୍ତ କରିବାପାଇଁ ଗ୍ରାମରେଥିବା ମଦବେପାରି ଶ୍ରୀ କରୁଣା ମେହେର,ମନିଷ ମେହେର,ବିନୋଦ ମେହେର ମାନଙ୍କୁ ଜାଇ ମଦବନ୍ଦ କରିବାପାଇଁ ଗ୍ରାମବାସି ତାଗିଦ୍ କରିଥିଲେ। ପୋଲିସକୁ ବାରମ୍ବାର ଜଣାଇଲା ମରେ ମଧ୍ୟ ପୋଲିଷ କିଛି ପଦଖେପ ନେଉନାହାନ୍ତି,ପୋଲିଷ ସେମାନଙ୍କୁ ନେଇ ଅଧା ବାଟରେ ଛାଡି ଦେଉଛନ୍ତି ବୋଲି ଏସ,ଏଚ,ଜି ର ମହିଲାମାନେ ଶ୍ରୀ ଲକ୍ଷ୍ମୀ ମେହେର, ଛବି ମେହେର, ଟିକେ ମଣି ମେହେର, ଯୋଷ୍ନା ମେହେର,ଅମୃତ ମେହେର,ବାଲମତି ମେହେର,ଜେମା ଭୋଇ, ମିଡିଆ କ୍ୟାମେରା ଆଗରେ ପ୍ରକାସକରିଛନ୍ତି।ଶ୍ରୀଡମ୍ବରୁ ମେହେର, ଶତ୍ରୁଘ୍ନ ମେହେର, ସମ୍ରାଟ ମାଝୀ, ରାଜିନ୍ଦ୍ର ମେହେର,ଶିବ ମେହେର,ଲବରାମ ମେହେର, କାହୁଁ ଭୋଇ,ଓଗ୍ରାମବାସି ମଦବନ୍ଦ କରିବାପାଇଁ ଅଣ୍ଟା ଭିଡିଛନ୍ତି,ମଦବନ୍ଦହେଲେ ଆମେ ଶାନ୍ତିରେ ବଞ୍ଚିପାରିବୁବୋଲି ପ୍ରଶାସନକୁ ଗୁହାରି କରିଛନ୍ତି,ଜଦିମଦ ବନ୍ଧନ ହୁଏ ଆଗାମିଦିନରେ ରାସ୍ତାରେ ଅବରୋଧ କରି ବସିବୁ ବୋଲି ଗ୍ରାମବାସି ଚେତାବନୀ ଦେଇଛନ୍ତି।ଏବେଦେଖାଜାଉ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




