କଚ୍ଛପ ଗତିରେ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା କାମ ପାଣି ପାଇପ ଫଟେଇ ପନ୍ଦର ପରିବାର ପାଣି ପାଇଁ ଡହଳବିକଳ ଠିକାଦାର ନିରବ ଦ୍ରଷ୍ଟା…………
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବ୍ରାହ୍ମଣଧରା ଗ୍ରାମ ର ପୂର୍ତ୍ତବିଭାଗ ଜାଙ୍ଗୁ ଠାରୁ ବ୍ରାହ୍ମଣଧରା ଭାୟା କେନ୍ଦୁମୁଣ୍ଡା ରାସ୍ତାର ଘରୋଇ ଠିକା ସଂସ୍ଥା ଅତି ଧୀରେ ଧୀରେ କାର୍ଯ୍ୟ କରୁଅଛି!ଯାହା ଫଳରେ କ୍ରସର ଗୁଣ୍ଡ ବଦଳରେ ଚୋରା ମୋରମ ଆଣି ପକାଉଯାଉଛି ଯାହା ସରକାରଙ୍କ ରାଜସ୍ବ ହାନି ହେଉଛି!ରାସ୍ତା କାମ କରିବା ସମୟ ରେ ପାଣି ପାଇପ ଫଟେଇ ମରାମତି କରାଯାଉନାହିଁ ଆଜକୁ ଦୁଇ ମାସରୁ ଉର୍ଦ୍ଧ ହେଲାଣି ଠିକାଦାର ଏବଂ ଯନ୍ତ୍ରୀ ମହୋଦୟ କୁ ବାରମ୍ବାର ଅବଗତ କଲେ କର୍ଣ୍ଣପାତ କରୁନାହାନ୍ତି ବ୍ରାହ୍ମଣଧରା ସାମଘନିଆ ସାହିର ପନ୍ଦର ପରିବାର ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଏହି ବ୍ରାହ୍ମଣଧରା ରାଜସ୍ବ ଗ୍ରାମ ବିଧାୟକ ପଂଚାୟତରେ ଅନ୍ତର୍ଭୁକ୍ତ!ପିଇବା ପାଇଁ ଏକ ନଳକୂପ ଥିଲେ ମଧ୍ୟ ପାଣି ପାଇଁ ସମ୍ଭବ ନୁହେଁ ଲୁହା ପାଣି ବାହାରୁଅଛି!ଯଦି ଶୀଘ୍ର ଠିକାଦାର ଏହାର ମରାମତି ନ କରନ୍ତି ଗ୍ରାମ ବାସୀ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।



