ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ପ୍ରୟାସ ଗ୍ରୁପ୍ ପକ୍ଷରୁ ବଡ଼ବିଲ ବାସୀଙ୍କୁ କମ୍ବଳ ବଣ୍ଟନ।

ବଡ଼ବିଲ : ସାରା ଦେଶରେ ଶୀତ ର ଲହରୀ ବଢ଼ି ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ଆମ ରାଜ୍ୟ, ରାଜ୍ୟରେ ମଧ୍ୟ ଅନେକାଂଶ ସ୍ଥାନରେ ଶୀତ ର ପ୍ରକୋପ ବେଶ୍ ଅନୁଭୂତ ହେଉଛି। ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଖଣି ଅଞ୍ଚଳର ଗରିବ ଖଟିଖିଆ ଶ୍ରେଣୀର ଲୋକଙ୍କ ପାଖରେ କମ୍ବଳ ଟିଏ କିଣିବା ଅସମ୍ଭବ ମନେ ହେଉଥିବା ବେଳେ ତାଙ୍କରି ଏହି ଦୁଃଖ କୁ ଟିକିଏ ଲାଘବ କରିବାପାଇଁ ଏକ ଛୋଟ ପ୍ରୟାସ କରିଛି ପ୍ରୟାସ ଗ୍ରୁପ୍ ବଡ଼ବିଲ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଆଜି ପ୍ରୟାସ ଗ୍ରୁପ୍ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଅଞ୍ଚଳରେ ଅସହ୍ୟ ଶୀତ ଲହରୀ ବଢ଼ି ଚାଲିଥିବା ବେଳେ ଅନେକ ଦିନ ଦରିଦ୍ର ଲୋକେ ଏହି ଶୀତ ଲହରୀ ପ୍ରକପରୁ ବର୍ତୀବା କଷ୍ଟକର ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ଏହି ଲୋକଙ୍କୁ ଏହି ଶୀତ ପ୍ରଭାବରୁ ବର୍ତିବା ପାଇଁ ଏକ ଛୋଟ ପ୍ରୟାସ କରିଛି ବଡ଼ବିଲ ପ୍ରୟାସ ଗ୍ରୁପ୍ । ଏହି ଅବସରରେ ବଡ଼ବିଲ ପୌରାଞ୍ଚଳ ରେ ପ୍ରୟାସ ଗ୍ରୁପ୍ ପକ୍ଷରୁ ବଡ଼ବିଲ କାଳୀ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ତଥା ଆବାଳ ବୃଦ୍ଧ ବନିତାଙ୍କୁ କମ୍ବଳ ବଣ୍ଟନ କରାଯିବା ସହ ଏହା ସହ ଓଡ଼ିଶାର ପ୍ରିୟ ଜନନାୟକ ମୁଖ୍ୟମନ୍ତ୍ରୀଙ୍କ ଦିର୍ଘାୟୁ କାମନା କରିବା ସହ ଆଗାମୀ ଦିନରେ ଦଳକୁ ସୁଦୃଢ କରି ତୋଳିବେ ସେନେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଡ଼ବିଲ ପ୍ରୟାସ ଗ୍ରୁପ୍ କର୍ମକର୍ତ୍ତାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ କରାଯାଇଥିବା ବେଳେ ସଙ୍ଘର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ତାଙ୍କ ସହ ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ବଡ଼ବିଲ ପୌର ଅଧିକାରୀ ବଡ଼ବିଲ ବନାଞ୍ଚଳ ଅଧିକାରୀ ଓ ଚନ୍ଦ୍ରଗୁପ୍ତ ପ୍ରାସାଦ, ରାମ କୁମାର, ଅନିଲ ସିହ୍ନା, ନୀଳମଣି ମହାନ୍ତ, ରାମୁ କର୍ମକାର, ଶକ୍ତି ସିଂହ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



