*ଅମ୍ବାଭୋନା ବ୍ଲକ କେଦାରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ପାଳିତ*

ବରଗଡ:୭/୧/୨୦୨୬(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ସ୍ଥିତ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନାରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ବିଦ୍ୟାଳୟ ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର ଲଳିତ ବାଗ , ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନୀଳ କୁମାରୀ ନାୟକ, ଏମ. ପି. ନୋମିନି ତଥା ଜିଲ୍ଲା ସମ୍ପାଦକ ଭାରତୀୟ ଜନତା ପାର୍ଟି ବରଗଡ଼ ଗୁନାରୁ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୀବର୍ଦ୍ଧନ ଦୁଆନ, ଆଲୁମିନି ସଭାପତି ରୋହିତ ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ଦୀପମ ଜ୍ୟୋତି ସଂଗୀତ ଗାନ କରିଥିଲେ ଜିଜ୍ଞାସା ନାୟକ, ଖୁସି ବଗର୍ତ୍ତି , ସେବତୀ ନାୟକ, ଶୀତଳ ପଟେଲ ଓ ସଂଜୁ ମୁଦି। ଉଦଘାଟନୀ ନୃତ୍ୟ ପରିବେଷଣ କରିଥିଲେ ରୀତା ଭୁଏ, କିରଣ ମୁଦି, ଇତିଶ୍ରୀ ନାୟକ, କରିସ୍ମା ଭୁଏ, ଜସ୍ମିନ ନାୟକ, ଦୀପିକା ନାୟକ। ମୁଖ୍ୟ ଅତିଥି ଏହା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ।ସଭା ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷକ ମନୋହର ସାହୁ।ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ତିନୋଟି ପାଭେଲିଆନରେ ବିଭିନ୍ନ ଛାତ୍ର ଛାତ୍ରୀମାନେ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ। ପ୍ରଥମ ପାଭେଲିଆନ ରେ ୨୦୩୬ ରେ ଭିଜନ ଓଡିଶା, ଦ୍ଵିତୀୟ ପାଭେଲିଆନରେ ଆକାଂକ୍ଷୀ ଛାତ୍ର ଟେଲେଣ୍ଟେ ଗ୍ୟାଲେରୀ ଓ ତୃତୀୟ ପାଭେଲିୟନରେ ଦୋକାନ ଯାତ୍ରାର ବିଭିନ୍ନ ଷ୍ଟଲ ଛାତ୍ରଛାତ୍ରୀମାନେ ଲଗାଇଥିଲେ। କୌଶଳୀ, କ୍ରୀଡ଼ାଙ୍ଗନ, ସାହିତ୍ୟ ସୃଜନୀ, ଓ ଜିଜ୍ଞାସା କ୍ଳବ ମାଧ୍ୟମରେ ଏହା ଅତ୍ୟନ୍ତ ସୁନ୍ଦର ଓ ଉଚ୍ଚକୋଟୀର ହୋଇଥିଲା। ଦୋକାନ ଯାତ୍ରାରେ ଛାତ୍ରଛାତ୍ରୀମାନେ କିଣା, ବିକା, ଶତକଡା ଲାଭ କ୍ଷତି ଜାଣିଥିଲେ।ଅତିଥିବୃନ୍ଦ ଓ ସମସ୍ତ ଦର୍ଶକ ସମସ୍ତ କ୍ଲବର କାର୍ଯ୍ୟକ୍ରମ ଉଚ୍ଚକୋଟିର ହୋଇଥିବା ମତବ୍ୟକ୍ତ କରିଥିଲେ।ଉଦଘାଟନୀ ଧନ୍ୟବାଦ ଅର୍ପଣ କରିଥିଲେ ରୋହିତ ଭୁଏ। ଉଦଯାପନୀ ଉତ୍ସବରେ ଅମ୍ବାଭୋନା ତହସିଲଦାର ରଘୁନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ସମସ୍ତ ସି ଆର ସି ସି ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ କେଦାର ନାଏକ।ଗୌରୀ ସେଠଙ୍କ ନିର୍ଦ୍ଦେଶିତ ନାରୀ ସଶକ୍ତିକରଣ ଉପରେ ଏକ ନାଟକ ବହୁତ ସୁନ୍ଦର ହୋଇଥିଲା। ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ଜନତା ହାଇସ୍କୁଲ, ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଭିନ୍ନ କ୍ୟାରିଅର,ଧନ୍ଦାମୂଳକ ଶିକ୍ଷା ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ।ଏଥିରେ ଶିକ୍ଷକ ବିଶ୍ୱନାଥ ସାହୁ,ଉପମା ପଧାନ,ସ୍ୱପ୍ନା ସାହୁ, ଶୁଭାଶିଷ ଜଗତ, ଝରଣା ଦାସ,ଦୀନବନ୍ଧୁ ପଣ୍ଡା, କୌଶଲ୍ୟା ସାହୁ,ଚିନ୍ମୟ ସାହୁ, ସୈରେନ୍ଦ୍ରୀ ରଥ, ଶିବକୁମାର ଦାସ, ସରସ୍ବତୀ ଭୋଇ, ଜିତେନ୍ଦ୍ର ନାୟକ, ତେଜରାମ ସାହୁ, ପିଙ୍କି ଭୋଇ,ଗୌରୀ ସେଠ,ମଧୁସୂଦନ ବାରିକ,ନେପାଳ ସେଠ, ଆରତୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।




