ବ୍ୟବସାୟିକ ଭାବେ ଜୈବ ବିଟୁମେନ୍ ବା ଜୈବ ପିଜୁ ଉତ୍ପାଦନ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ବୋଲି ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି । ଆଜି ନୂଆଦିଲ୍ଲୀରେ ସି.ଏସ୍.ଆଇ.ଆର୍. ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି । ଏହି ଐତିହାସିକ ସଫଳତା ହାସଲ କରିବା ଲାଗି ଶ୍ରୀ ଗଡ଼କରୀ ସି.ଏସ୍.ଆଇ.ଆର୍.କୁ ଅଭିନନ୍ଦନ ଜଣାଇଛନ୍ତି ।

January 17, 2026/
No Comments


