ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଣପୁର ଗସ୍ତ ଅବସରରେ ଆରାଧ୍ୟ ଦେବୀ ମା ଭଗବତୀଙ୍କ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ ପାଇଁ ଆଶୀର୍ବାଦ ଭିକ୍ଷା କରିବା ସହିତ ମା ଭଗବତୀ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୬ କୋଟି ଟଙ୍କା ବିନିଯୋଗରେ OBCCର ତତ୍ତ୍ଵାବଧାନରେ ଜାରିରହିଛି।
ଏଥିରେ ମନ୍ଦିର ପରିକ୍ରମା, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା କେନ୍ଦ୍ର, ଯଜ୍ଞ ମଣ୍ଡପ, ପାର୍କିଂ ବ୍ୟବସ୍ଥା ଏବଂ ମୁଖ୍ୟ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରହିଛି।ମୁଖ୍ୟମନ୍ତ୍ରୀ ଏ ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରି ମାଆଙ୍କର ଏହି କାର୍ଯ୍ୟ ଯଥା ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଉପସ୍ଥିତ ସେବାୟତ ଓ ବାଣପୁର ବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଡିପିଆର ପ୍ରସ୍ତୁତ ହୋଇ କାମ ଆରମ୍ଭ ହୋଇଛି, ମାଆଙ୍କ ମନ୍ଦିର ପାଇଁ ଯାହା ଅର୍ଥ ଆବଶ୍ୟକ ହେବ ଯୋଗାଇ ଦିଆଯିବ ଏବଂ ମାଆଙ୍କ ଆଶୀର୍ବାଦରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ମା’ଙ୍କ ମନ୍ଦିରର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ, ଏହି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୬ କୋଟି ଟଙ୍କା ବିନିଯୋଗରେ OBCCର ତତ୍ତ୍ଵାବଧାନରେ ଜାରିରହିଛି। ଏଥିରେ ମନ୍ଦିର ପରିକ୍ରମା, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା କେନ୍ଦ୍ର, ଯଜ୍ଞ ମଣ୍ଡପ, ପାର୍କିଂ ବ୍ୟବସ୍ଥା ଏବଂ ମୁଖ୍ୟ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରହିଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-19-scaled.jpg)


