ଦୁର୍ଘଟଣାରେ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ଗ୍ରାମ ନିକଟ ପେଟ୍ରୋଲ ପମ୍ପ ନିକଟ ଶକ୍ତି ମୋଟର୍ସ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାରର ଚାରି ଚକା ଉପରେ ଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡି ନମ୍ୱର ଓଡ଼ି ୦୨ ସିଆର୍ ୧୩୫୬ ଗାଡ଼ିଟି ଅନୁଗୋଳ ଆଡୁ କଟକ ଅଭିମୁଖେ ଯାଉଥିବା ବେଳେ ବାଟରେ ନୁଆହତା ଗ୍ରାମ ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ କେଉଁ କାରଣରୁ ଗାଡିଟି ଅଚାନକ ଓଲଟି ପଡ଼ିଥିଲା ତାହା ଜଣା ପଡିନାହିଁ। ତେବେ ଏହା ରାସ୍ତା କଡ଼ ଡିଭାଇଡର ରେ ପିଟି ହୋଇଥିବା କୁହାଯାଇଛି।



