ଅସ୍ମିତା ଖେଲୋ ଇଣ୍ଡିଆ କିକ୍ ବକ୍ସିଂ ରେ ଢେଙ୍କାନାଳ ଝିଅଙ୍କ ସଫଳତା
ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ଆମେଚର କିକ୍ ବକ୍ସିଂ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଯାଜପୁରସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡ଼ୋର୍ ଷ୍ଟାଡିୟମ୍ ଠାରେ ଗତ ଡିସେମ୍ବର୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅସ୍ମିତା ଖେଲୋ ଇଣ୍ଡିଆ କିକ୍ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରୋତିଯୋଗିତା ରେ ମୋଟ ୨୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଏଵଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଦଳ ରୁ ମୋଟ ୧୭ ଜଣ ଖେଳାଳି ଆସୋସିଏସନ୍ ର ପ୍ରଶିକ୍ଷକ ମିହିର କୁମାର ସାହୁ ଓ ମ୍ୟାନେଜର ଶୌଭାଗ୍ୟ ରଞ୍ଜନ ବେହେରା ଙ୍କ ତତ୍ତ୍ଵାବଧାନରେ ଭାଗ ନେଇଥିଲେ । ଏହି ପ୍ରୋତିଯୋଗିତା ରେ ଜିଲ୍ଲା ର ମୋଟ ୩୬ ଟି ପଦକ ହାସଲ କରିଛନ୍ତି, ଏହା ମଧ୍ୟରେ ୧୬ ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୮ ଟି କାଂସ୍ୟ ପଦକ ରହିଛି ।ସିନିୟର୍ ବିଭାଗରେ କୀର୍ତ୍ତି ରାଣୀ ସାହୁ ୨ଟି ସ୍ଵର୍ଣ୍ଣ ପଦକ, ପ୍ରଭାସିନୀ ବେହେରା ୧ ସ୍ଵର୍ଣ୍ଣ ଏଵଂ ୧ ରୌପ୍ୟ, ମାନସୀ ସାହୁ ୧ ସ୍ଵର୍ଣ୍ଣ ୨ ରୌପ୍ୟ ୧ କାଂସ୍ୟ , ସ୍ମୃତି ଭୋଇ ୨ ରୌପ୍ୟ ୨ କାଂସ୍ୟ, ଜୁନିୟର ବିଭାଗରେ ଶୁଭଶ୍ରୀ ବେହେରା ୨ ରୌପ୍ୟ,ମମତା ଭୋଇ ୧ ସ୍ଵର୍ଣ୍ଣ ୧ ରୌପ୍ୟ, ରୋଜାଲିନ ସ୍ୱାଇଁ ୨ ସ୍ଵର୍ଣ୍ଣ ୧ କାଂସ୍ୟ, ଉମା ମାହେଶ୍ୱରୀ ଦାସ ୧ ସ୍ୱର୍ଣ୍ଣ ୧ ରୌପ୍ୟ ସବ୍ ଜୁନିୟର ବିଭାଗରେ ଆରାଧ୍ୟା ଚାନ୍ଦ ୧ ସ୍ୱର୍ଣ୍ଣ,ପ୍ରୀୟଂଶି ଜେନା ୧ ସ୍ୱର୍ଣ୍ଣ ୧ ରୌପ୍ୟ, ରେଶ୍ମା ସାହୁ ୧ ସ୍ୱର୍ଣ୍ଣ ୧ ରୌପ୍ୟ, ରିତିମୟୀ ସାହୁ ୧ ସ୍ଵର୍ଣ୍ଣ ୧ ରୌପ୍ୟ, ବିଷ୍ଣୁପ୍ରିୟା ଭୋଳ ୧ରୌପ୍ୟ ୧ କାଂସ୍ୟ ,ବିଷ୍ଣୁପ୍ରିୟା ନାୟକ ୨କାଂସ୍ୟ , ଇତିଶ୍ମିତା ନାୟକ ୨ ସ୍ଵର୍ଣ୍ଣ ,ଅନୁସୋୟା ବେହେରା ୧ ସ୍ଵର୍ଣ୍ଣ ୧ କାଂସ୍ୟ ପଦକ ହାସଲ କରିଛନ୍ତି। ସବୁଥର ପରି ଏଥର ମଧ୍ୟ ଢେଙ୍କାନାଳ ଜିଲ୍ଲା କୁ ଏହି ପ୍ରୋତିଯୋଗୀତା ରେ ବିପୁଳ ମାତ୍ରା ରେ ସଫଳତା ମିଳିଛି ଏଵଂ ସମସ୍ତ ପ୍ରତିଯୋଗୀ ଆଗାମୀ ଜାତୀୟ ଜୋନାଲ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି। ଅସ୍ମିତା ଖେଲୋ ଇଣ୍ଡିଆ ପ୍ରତିଯଗିତାରେ କିକ୍ ବକ୍ସିଂ ଖେଳକୁ ସ୍ଥାନ ମିଳି ଥିବାରୁ ୱାକୋ ଓଡ଼ିଶା ସଭାପତି ଶ୍ରୀ କାର୍ତ୍ତିକ ଡାକୁଆ ଙ୍କ ଅବଦାନ ଅତୁଳନୀୟ। ଏହି ସଫଳତା ପାଇଁ ଢେଙ୍କାନାଳ ଜିଲ୍ଲା ର ଖେଳ ଅଧିକା



