*ନାଲକୋ ଆଦର୍ଶ ଥାନାରେ ନୂତନ ଅଧିକାରୀଣୀଙ୍କ ଯୋଗଦାନ

*ଵଅଁରପାଳ ୮/୧/୨୬:ନାଲକୋ ନଗର ଥାନାରେ ନୂତନ କରି ଯୋଗଦାନ କରିଥିବା ଅଧିକାରୀଣୀ ଶ୍ରୀମତୀ ନମିତା ନାୟକ ଆଜି ସନ୍ଧ୍ୟା ରେ ଵଅଁରପାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ନୂତନ ବର୍ଷ ର ଅଭିନନ୍ଦନ ସହିତ ଶୁଭେଚ୍ଛା ଜଣାଇଥିଲେ ।ଏହି ଅଵସର ରେ ନାଲକୋ ଥାନା ଅଞ୍ଚଳରେ ବଢୁଥିବା ନିଶା କାରବାର କୁ ଲଗାମ ଲଗାଇବା , ଟ୍ରାଫିକ ସମସ୍ୟା ଓ ଅମାନିଆଙ୍କୁ ସାବଡ଼ କରିବା ପାଇଁ ପ୍ରାଥମିକତା ଦେବା ଥାନା ଅଧିକାରିଣୀ ସୂଚନା ଦେଇଥିଲେ ।ଏହି ଅବସରରେ ଵଅଁରପାଳ ବ୍ଲକ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ ।



