ହିନ୍ଦୋଳ ଜନତା ମହାବିଦ୍ୟାଳୟର ଅଣ ଶିକ୍ଷକ କର୍ମଚାରୀଙ୍କର ଅନିର୍ଦ୍ଧିଷ୍ଟ କାଳପାଇଁ କଲମ ଛାଡ଼ ଆନ୍ଦୋଳନ
ହିନ୍ଦୋଳ :ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜନତା ମହାବିଦ୍ୟାଳୟର ଅଣ ଶିକ୍ଷକ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ସମସ୍ତ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟ ବନ୍ଦପାଇଁ ଚେତାବନୀ ଦେଇଛନ୍ତି। ସୂଚନାନୁସାରେ ଉକ୍ତ କଲେଜର ଅଧ୍ୟାପିକା ସୋନା ନାଏକ ବରିଷ୍ଠ କିରାଣୀ ତ୍ରିଭୁବନ ସାରଥୀ ଦାସଙ୍କୁ ଅତି ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ, ପୂର୍ବରୁ ଅନ୍ୟ କର୍ମଚାରୀ ଭବାନୀ ଶଙ୍କର ପଟ୍ଟନାୟକ ଙ୍କୁ ମଧ୍ୟ ବ୍ୟବହାର ଖରାପ କରିଥିଲେ। ଏହାର ପ୍ରତିବାଦରେ ସମସ୍ତ କର୍ମଚାରୀ ଏକାଠି ହୋଇ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏବଂ ଏହାର କୌଣସି ଲିଖିତ ସମାଧାନ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି।



