ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ଡ଼ିଜିସିଏ ଦଳ । ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବ ଏଏଆଇ ଦଳ ।
ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ୬ଜଣ ଆହତ ହୋଇଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଇଣ୍ଡିଆୱାନ୍ ଏୟାର ଫ୍ଲାଇଟ୍ ଭିଟି-୧୦୨ । ୯ ସିଟ ବିଶିଷ୍ଟ ଏହି ବିମାନଟି ୧୦କିମି ଉଡାଣ ପରେ ଦୁର୍ଘଟଣା ହୋଇଥିଲା ।
ଘଟଣାର ତଦନ୍ତ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳରେ ଡ଼ିଜିସିଏ ଦଳ ପହଞ୍ଚିବ । ଆସନ୍ତାକାଲି ସକାଳ ସୁଦ୍ଧା ଏଏଆଇ ଦଳ ଘଟଣାସ୍ଥଳରେ ପହଞ୍ଚିବ । ସମନ୍ୱୟ ରକ୍ଷା କରିବା ପାଇଁ ଭୁବନେଶ୍ୱରରୁ ଦୁଇଜଣ ବେସାମରିକ ଚଳାଚଳ କର୍ମଚାରୀ ଯାଇଛନ୍ତି । ଘଟଣାକୁ ତଦାରଖ କରୁଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ । ନିୟନ୍ତ୍ରଣ କକ୍ଷ ସହ ଜରୁରୀ ଫୋନ ନଂ ଜାରି କରାଯାଇଛି । ଯାତ୍ରୀ ଓ ଅନ୍ୟ ମାନଙ୍କ ସୁବିଧା ପାଇଁ ୯୮୬୧୦୯୬୩୭୧ ନମ୍ବର ଜାରି କରାଯାଇଛି ।



