*ରାମକୃଷ୍ଣ ଶିଶୁବିଦ୍ୟା ମନ୍ଦିର ରୁ ବିବେକାନନ୍ଦ ସୃଷ୍ଟି ହୁଅନ୍ତୁ -ରୁଦ୍ର ନାରାୟଣ ପାଣି*

ତାଳଚେର :ତା 11/01/2026: ତାଳଚେର କଲେଜ ନିକଟରେ ଥିବା ରାମ କୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ଠାରେ 20 ତମ ମଣ୍ଡଳ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ରାମକୃଷ୍ଣ ସେବା ସମିତି ଦ୍ୱାରା ପରିଚାଳିତ ଅଭିବକ୍ତ ଢେଙ୍କାନାଳ ଜିଲ୍ଲାର ଆଠୋଟି ସ୍କୁଲ ରୁ ଶତାଧିକ ଛାତ୍ର ଛାତ୍ରୀ ଉକ୍ତ ପ୍ରତିଯୋଗିତା ରେ ଯୋଗଦେଇଛନ୍ତି |ଉକ୍ତ କ୍ରୀଡା ମହୋତ୍ସବ କୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରି ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ରୁ ବିବେକାନନ୍ଦ ଙ୍କ ଭଳି ମହାପୁରୁଷ ସୃଷ୍ଟି ହୁଅନ୍ତୁ ବୋଲି ପ୍ରକାଶ କରିଥିଲେ |ରାମକୃଷ୍ଣ ପରମହଂସ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ପରିଶ୍ରମ, ସଂସ୍କାର, ସେବା ଓ ରାଷ୍ଟ୍ରପ୍ରତି ସମର୍ପିତ ଭାବ ପିଲା ଙ୍କୁ ଶିକ୍ଷାଦାନ କରିବା ଉପରେ ଗୁରୁଜୀ ଗୁରୁମା ଙ୍କୁ ସାଂସଦ ଶ୍ରୀ ପାଣି ପରାମର୍ଶ ଦେଇଥିଲେ |

ଅନ୍ୟତମ ଅତିଥି ଭାବେ ବିଜେପି ଜୋନାଲ ମିଡିଆସେଲ ପ୍ରଭାରୀ ପର୍ଶୁରାମ ବାରିକ ଯୋଗଦେଇ ରାମକୃଷ୍ଣ ସେବା ସମିତି ଦ୍ୱାରା ପରିଚାଳିତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଅନୁଷ୍ଠାନର ଉତ୍ତରତର କାମନା କରିଥିଲେ |ଶଙ୍କରାଚାର୍ଯ୍ୟ ଙ୍କ ସେବା ସଚିବ ବରୁଣ କୁମାର ସାହୁ, ବରିଷ୍ଠ ଆଇନଜୀବି ଶମ୍ଭୁନାଥ ବେହେରା, ଜଗଦୀଶ ପ୍ରସାଦ ସିଂହ, ପୂର୍ଣଚନ୍ଦ୍ର ବେହେରା, ସୁନୀଲ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ |ରାମକୃଷ୍ଣ ସେବା ସମିତି ର ମୁଖ୍ୟ ସ୍ୱପ୍ନାରାଣୀ ମିଶ୍ର,ସ୍କୁଲରସଭାପତିଆଇନଜୀବୀ କୁଶ ବିହାରୀ ସାମଲ, ଶଙ୍କର୍ଷଣ ମିଶ୍ର, କାର୍ଯ୍ୟକ୍ରମ ସଂଯୋଜକ ବୀରେନ୍ଦ୍ର କୁମାର ଚୌଧୁରୀ ପ୍ରମୁଖ କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ |ପୁରୁଣାକୋଟ, ଶାବଳ ଭଙ୍ଗା, ମକୁଆ କାଟେଣୀ, ଅନୁଗୁଳ, ସିପୁର, ଆମ୍ବପାଳ ନତଡା, ବଦଝରା, ବଡ଼ତ୍ରୀବିଡ଼ା, ବଡ଼ଝରା, ତାଳଚେର ର ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ର ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ |




