ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଗୁଳ ଏ ସି ସି ଚମ୍ପିୟାନ, ଉପବିଜେତା ଫ୍ରେଣ୍ଡସ କ୍ରିକେଟ କ୍ଲବ ତାଳଚେର

ତାଳଚେର,୧୧/୧ ତାଳଚେର ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ୟରେ ରାଣୀ ପାର୍କ ଖେଳ ପଡିଆ ଠାରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତିୟ କ୍ରିକେଟ ମ୍ୟାଚ ରବି ବାର ଦିନ ଅନୁଗୁଳ ଏ ସି ସି ସହିତ ତାଳଚେର ଫ୍ରେଣ୍ଡସ କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଆୟୋଜକ ଫ୍ରେଣ୍ଡସ କ୍ରିକେଟ କ୍ଲବ୍ ଟସ ଜିତି ଫିଲ୍ଡିଙ୍ଗି ନେଇ ଓ ଅନୁଗୁଳ କୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରଣ କରିଥିଲା। ଅନୁଗୁଳ କ୍ରିକେଟ ଟିମ୍ନି ନିର୍ଦ୍ଧାରିତ ୧୫ ଓଭର ରେ ୧୩୦ରନ କରିଥିଲା ।

ତାଳଚେର ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ଏହି ରନ ର ପିଛା କରି ମାତ୍ର ୭୫ ରନ କରି ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ। ଫଳରେ ଫାଇନାଲ ର ପ୍ରଥମ ମ୍ୟାଚ କୁ ଅନୁଗୁଳ ଜିତି ନେଇଥିଲା। ପୁଣି ଉଭୟଙ୍କ ମଧ୍ୟରେ ୭ ଓଭର ପାଇଁ , ଦ୍ୱିତୀୟ ମ୍ୟାଚ୍ ଖେଳା ଯାଇଥିଲା ବେଳେ ପ୍ରଥମେ ବ୍ୟାଟିଂ କରି ଫ୍ରେଣ୍ଡସ କ୍ଲବ ମାତ୍ର ୪୭ ରନ କରିବାରେ ସମର୍ଥ ହୋଇଥିଲେ।

ଅନୁଗୁଳ ର ଏ ସି ସି ଟିମ୍ ଏହି ରନ କୁ ବିନା ଉଇକେଟ ରେ ମାତ୍ର ୪ ଓଭର ରେ ୪୮ ରନ କରି ଜିତି ନେଇଥିଲେ। ଫଳରେ ଲଗାତାର ଦୁଇଟି ମ୍ୟାଚ ଜିତି ଅନୁଗୁଳ ଏ ସି ସି ଟିମ୍ ଚମ୍ପିୟାନ ହୋଇଥିଲା। ଆଜି ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣମେଣ୍ଟ ର ଫାଇନାଲ ମ୍ୟାଚ୍ ରେ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ହିନ୍ଦୋଳ ବିଧାୟିକା

ସିମାରାଣୀ ନାଏକ , ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ, ଉପସଭାପତି ମନୋଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲା ବେଳେ ଫ୍ରେଣ୍ଡସ କ୍ରିକେଟ କ୍ଳବ୍ ର ସଭାପତି ତଥା ନଗର ପାଳ ପବିତ୍ର ଭୂତିଆ ଏଥିରେ ସଭାପତିତ୍ବ କରିଥିଲେ। ଅତିଥି ମାନଙ୍କ ଦ୍ବାରା ଅନୁଗୁଳ ଏ ସି ସି ଟିମ୍ କୁ ଟ୍ରଫି ପ୍ରଦାନ ସହ ନଗଦ, ୭୫ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ଉପବିଯେତା ଫ୍ରେଣ୍ଡସ କ୍ରିକେଟ କ୍ଳବ୍ କୁ ରନର୍ସଓପ୍ ଟ୍ରଫି ସହ , ନଗଦ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲ। ।

ଏହି ମ୍ୟାଚ୍ ରେ ଶ୍ରେଷ୍ଠ ସାଗର ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିବା ବେଳେ କୁନାଲ ପଣ୍ଡା ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ ହୋଇଥିଲେ।। ତେବେ ଦେଶର ବଛା ବଛା ଆଠ ଟି ଟିମ୍ ଏହି ଟର୍ଣାମେଣ୍ଟ ରେ ଭାଗ ନେଇଥିଲେ। ଏଵଂ ସମସ୍ତ ଟିମ୍ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲା ବେଳେ ଫାଇନାଲ କୁ ତାଳଚେର ର ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ଓ ଅନୁଗୁଳ ଏ ସି ସି ଟିମ୍ ଉନ୍ନୀତ ହୋଇଥିଲେ। ତେବେ ଏହି ଖେଳ କୁ ତାଳଚେର ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ସହ ଏଥିରେ କ୍ଲବ୍ ର ସମସ୍ତ ସଦସ୍ୟ କର୍ମକର୍ତା ମାନେ ସକ୍ରୀୟ ଭାବେ ଜଡିତ ରହି ଖେଳକୁ ସୂଚାରୁ ରୁପେ ତୁଲାଇଥିବା ରୁ କ୍ଲବ ର ସଭାପତି ତଥା ନଗର ପାଳ ପବିତ୍ର ଭୂତିଆ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି।ଏହି ମ୍ୟାଚ୍ କୁ ଉପଭୋଗ କରିବା ପାଇଁ ସହର ଓ ଗ୍ରାମାଞ୍ଚଳ ରୁ ହଜାର ହଜାର ସଂଖ୍ୟାରେ ଖେଳ ପ୍ରେମୀ ସାମିଲ ହୋଇ ଆନନ୍ଦ ଅନୁଭବ କରୁଥିବା ସହ ମଜ୍ଜା ନେଉଥିବା ଦେଖିବାକୁ ମିଳିଛି।।




