କର୍ମୀଟିକ୍ରା ରେ ସ୍ୱର୍ଗତ ମହରଗି ପଧାନଙ୍କ ଗଙ୍ଗା ଶ୍ରାଦ୍ଧ ଅବସରରେ କବିତା ପାଠୋତ୍ସବ

ବରଗଡ଼:୧୧/୧/୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କର୍ମୀଟିକ୍ରା,ଲରାସରା ଠାରେ ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ୍ ତରଫରୁ ଆଜି ଅତାବିରା ର ଯୁବ ସାହିତ୍ୟ ସାଧକ, ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଦସ୍ୟ ତଥା କର୍ମିଟିକ୍ରା ଗ୍ରାମର କବି କିଶୋର ଚନ୍ଦ୍ର ପାତ୍ରଙ୍କ ଆଇ ସ୍ୱର୍ଗତ ମହରଗି ପଧାନଙ୍କ ଗଙ୍ଗା ଶ୍ରାଦ୍ଧ ଅବସରରେ କର୍ମିଟିକ୍ରା ର କୋସଲ କଲ୍ୟାଣ ମଣ୍ଡପ ଠାରେ ଦିନ ୧୦ ଟା ସମୟରେ ଭଜନ,ପ୍ରବଚନ ଏବଂ ସୁମଧୁର ସଂଗିତ ପରିବେଷଣ କରାଯାଇଥିଲା। ସର୍ବ ପ୍ରଥମେ ସ୍ଵର୍ଗାରୋହଣ କରିଥିବା ମହରଗି ପଧାନଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ କାର୍ଯ୍ୟକ୍ରମଟି ଆରମ୍ଭ କରାଯାଇଥିଲା। ଏବଂ ସରସ୍ୱତୀ ଦେବୀଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅନୁଷ୍ଠିତ ଭଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କର୍ମିଟିକ୍ରା ଗ୍ରାମର ଲଲିତ ରାଏ, ତରଣି ସେନ ସ୍ୱାଇଁ ଏବଂ ଗୋପାଲ ବାଗ ।ସମସ୍ତ କଳାକାର ମାନଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।ଏହାପରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଭାଷା ସାହିତ୍ୟ ଗବେଷକ ଡଃ ଅଜିତ କୁମାର ନାଥ (ଲରମ୍ଭା ମହାବିଦ୍ୟାଳୟ) ଯୋଗ ଦେଇଥିଲେ। ସଭାପତି ଭାବେ ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ଦଶରଥ ଭୋଇ, ସମ୍ମାନିତ ଅତିଥି ଭାବେ ଶେଷଦେବ ଭୁଏ ପ୍ରମୁଖ ଯୋଗ ଦେଇଥିଲେ। କବି କିଶୋର ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵାବଧାନରେ କବିତା ପାଠୋତ୍ସବ କୁ ପରିଚାଳନା କରିଥିଲେ ନାଟ୍ୟକାର ମନୋଜ ଭୋଇ ଏବଂ ଦୁର୍ଲ୍ଲଭ ଗଡତିଆ। ଆଖ ପାଖ ଅଞ୍ଚଳରୁ ବହୁ କବି କଳାକାର୍ ଏଥିରେ ଯୋଗଦେଇ କବିତା ପଠନ କରିଥିଲେ। ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସମ୍ପାଦକ ସାମ୍ବାଦିକ ସୁରେନ୍ଦ୍ର କଠାରଙ୍କ ସହିତ ଯୋଗ ଦେଇଥିବା କବି କଳାକାର୍ ମାନେ ହେଲେ ହେଲେ କବି ତଥା ସମାଜସେବୀ ଉମେଶ ପ୍ରଧାନ, ତରଣି ସେନ ଗୁରୁ, ଧର୍ମରାଜ ପ୍ରଧାନ,ବୁଧୁ ମାଝୀ,ସଞ୍ଜୁ ପ୍ରଧାନ, ସମ୍ବଲପୁରୀ ଗୁଛା ବରଗଡ଼ ର ମାନସ ରଞ୍ଜନ ଦାଶ,ଲକ୍ଷ୍ମଣ ମଲ୍ଲିକ, ମୋହନ ମହାନନ୍ଦ, ଜଟାଧାରୀ ପ୍ରଧାନ ପ୍ରମୁଖ। ସମସ୍ତ କବିଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କବି କିଶୋର ଚନ୍ଦ୍ର ପାତ୍ରଙ୍କ ଉଦ୍ୟମରେ କର୍ମୀଟିକ୍ରା ଗ୍ରାମର ମୃତ୍ତିକା ଶିଳ୍ପୀ ପର୍ଶୁରାମ ରଣା ଏବଂ ସଂକୀର୍ତ୍ତନ ବାଦକ ଜୀବର୍ଦ୍ଧନ ଭୁଏ ଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।ଏହି ଅବସରରେ ଅନୁଷ୍ଠିତ ଏକ ନୃତ୍ୟ ପ୍ରତିଯୋଗିତାରେ କର୍ମିଟିକ୍ରା ଗ୍ରାମର କୁନି କୁନି ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ସମସ୍ତ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କବି କିଶୋର ଚନ୍ଦ୍ର ପାତ୍ରଙ୍କ ପରିବାର ବର୍ଗ ଏବଂ କର୍ମୀଟିକ୍ରା ଗ୍ରାମବାସୀଙ୍କ ସହଯୋଗ ରେ ଏହି ଗଙ୍ଗା ଶ୍ରାଦ୍ଧ ଦିବସ ଟି ସଫଲତା ସହିତ ସମ୍ପୂର୍ଣ୍ଣ ହୋଇଥିଲା। ଶେଷରେ କବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ l



