28 ତମ କଳାହାଣ୍ଡି ଉତ୍ସବ ଘୁମୁରା -2026 ଉପଲକ୍ଷେ ଜିଲ୍ଲା ସ୍ତରୀୟ କେରମ ଖେଳ ପ୍ରତିଯୋଗିତା

ଭବାନୀପାଟଣା ସ୍ଥିତ ସ୍ଥାନୀୟ ସ୍ୱାଗତ ITC ଠାରେ 28ତମ କଳାହାଣ୍ଡି ଉତ୍ସବ ଘୁମୁରା -2026 ଉପଲକ୍ଷେ କଳାହାଣ୍ଡି କେରମ ଆସୋସିଏସନର ସହଯୋଗରେ ଏକ ଜିଲ୍ଲା ସ୍ତରୀୟ କେରମ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି I ଏହି ପ୍ରତିଯୋଗିତାର ଆୟୋଜକ ଜିଲ୍ଲା ପ୍ରଶାସନ ଦ୍ଵାରା କରାଯାଇଥିବାବେଳେ କଳାହାଣ୍ଡି କେରମ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱ ରେ ସଂଘର ଉପସଭାପତି ପ୍ରଭାତ ବ୍ରହ୍ମl, ସମ୍ପାଦକ ଅବଦୁଲ ରେହମlନ ଖାନ ଏବଂ ସଂଘର ସମସ୍ତ କର୍ମକର୍ତା ମାନଙ୍କ ସହଯୋଗରେ ହୋଇଥିବା ପ୍ରତିଯୋଗିତାର ଉଦଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ସଂଘର ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ଦାସ, ସ୍ୱାଗତ ITC ର ପରିଚାଳନା ନିର୍ଦ୍ଧେଶିକା ଶ୍ରୀମତୀ ପ୍ରୀତି ପଟ୍ଟନାୟକ, ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ମୁଣ୍ଡ ଉପସ୍ଥିତ ରହିଥିଲେ I ସଂଘ ତରଫରୁ ସଭାପତି ପ୍ରଦୀପ ଦାସ ସର୍ବପ୍ରଥମେ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଦେଇ ସ୍ଵାଗତ ଜଣାଇଥିବାବେଳେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସମସ୍ତ ଖେଳାଳୀ ଏବଂ ଆୟୋଜକ କମିଟି ର ସମସ୍ତଙ୍କୁ ଉତ୍ସIହିତ କରିବା ସହ ଧନ୍ୟବାଦ ଜଣାଇଥିଲେ I ଏହାପରେ ସ୍ୱାମୀ ବିବେକାନନ୍ଦ ଜିଙ୍କ 150 ତମ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ଅବସରରେ ସାମୁହିକ ବନ୍ଦେ ମାତରମ ଗୀତ ଗାନ କରାଯାଇଥିଲା I ସଂଘ ତରଫରୁ ସୁଶାନ୍ତ ପ୍ରଧାନୀ, ଶଶାଙ୍କ ପାତ୍ର, ଏନ ଉତ୍ତମ ରାଓ, ସୌମ୍ୟ ରଞ୍ଜନ ତ୍ରିପାଠୀ, କିଶୋର ଅଗ୍ରୱାଲ, ଶ୍ୟାମ ମହାନନ୍ଦ, ରମେଶ ପରିଡା,ଜଗଦିଶ ପଣ୍ଡା, କାଂସିରାମ ନାଏକ, ପ୍ରଜ୍ଞ୍ୟାଦୀପ୍ତ ମାଝୀ, ସାର୍ଥକ ଦ୍ବିବେଦୀ, ଶିବୁ ଦାସ, ଠାକୁର ପାଲ, ସନ୍ତୋଷ ବେହେରା, କିରଣ କୁମାର ଦାସ, ସ୍ୱାଗତ ITC ର ମନୋଜ ଦାସ, ଶଙ୍କର ସେଠୀ, ଭାଗ୍ୟବାନ ବୈକାର, ଭାଗିରଥି ମାଝୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବିଭିନ୍ନ ଦାୟିତ୍ୱ ମାନ ନେଇ ସହଯୋଗ କରିଥିଲେ I




