କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜରେ ହାତୀଉପଦ୍ରବ ରାତି ଉଜାଗର ଗ୍ରାମବାସୀ
କେନ୍ଦୁଝର ଜିଲ୍ଲାର କେନ୍ଦୁଝର ବନଖଣ୍ଡ ଚମ୍ପୁଆ ଉପଖଣ୍ଡରେ ହାତୀ ଉପଦ୍ରବ, ହାତୀ ପାଇଁ ରାତି ଉଜାଗର ଗ୍ରାମବାସୀ । ଅଧ ରାତିରେ ଗାଁ ଭିତରକୁ ପଶି ଆସିଲା ଗୋଠଛଡା ଦନ୍ତା । ଦୁଇଦିନ ତଳେ ଝାଡ଼ଖଣ୍ଡ ରାଜ୍ୟର ବେନିସାଗର ଠାରେ ତିନିଜଣଙ୍କୁ ଆକ୍ରମଣ କରି ମାରିଥିବା ଦନ୍ତା ହାତୀଟି ଗତ ରାତି ବୈତରଣୀ ନଦୀ ଡେଇଁ ଚମ୍ପୁଆ ରେଞ୍ଜର ରରୁଆଁଗୋଡା ଗ୍ରାମ ମଧ୍ୟ ଦେଇ ବାଙ୍କିଆ ଗ୍ରାମକୁ ପଶି ଆସିଥିଲା । ଆସିବା ବେଳେ ରରୁଆଁଗୋଡା ଗାଁ ରେ ଗୋଟିଏ ଘର ର ଝରକା ତାଡ଼ି ଘର ଭିତରୁ ଧାନ ଚାଉଳ ଖାଇ ବାକୁ ଉଦ୍ୟମ କରିଥିଲା । ମାତ୍ର ବନ ବିଭାଗ ତାକୁ ଘଉଡେଇବାରୁ ସେ ନିକଟସ୍ଥ ବାଙ୍କିଆ ଗାଁ ରେ ପଶି ଗୋଟିଏ ଘର ଭାଙ୍ଗି ବାକୁ ଉଦ୍ୟମ ବେଳେ ବନ ବିଭାଗ ସହିତ ଗ୍ରାମ ବାସୀ ମିଳିତ ଭାବେ ହାତୀକୁ ଘଉଡାଇ ଥିଲେ । ରାତି ସାରା ହାତୀଟି ଗାଁ ରେ ଉପଦ୍ରବ କରୁଥିବାରୁ ଗ୍ରାମବାସୀ ମାନେ ରାତିସାରା ଉଜାଗର ରହି ବନ ବିଭାଗ ସହିତ ମିଶି ହାତୀଟିକୁ ଘଉଡେଇ ବାକୁ ଉଦ୍ୟମ କରିଥିଲେ । ହାତୀଟି ଗ୍ରାମର ଦୁଇଟି ଘରର ଝରକା ତାଡ଼ି ଭାଙ୍ଗି ଦେଇଥିବା ବେଳେ ଗ୍ରାମବାସିଙ୍କ ଯୋଗୁ ହାତୀଟି ଗ୍ରାମରେ ବିଶେଷ କିଛି କ୍ଷୟକ୍ଷତି କରିପାରି ନାହିଁ। ତେବେ ଗାଁ ରେ ହାତୀ ଟି ବ୍ୟାପକ ପନିପରିବା ଫସଲକୁ ନଷ୍ଟ କରିଛି । ରାତିସାରା ଗାଁ ରେ ବ୍ୟାପକ ଉପଦ୍ରବ କରିବା ପରେ ପୁଣି ବୈତରଣୀ ନଦୀ ଡେଇଁ ଆଜି ସକାଳୁ ହାତୀଟି ମୟୁରଭଞ୍ଜ ଜିଲ୍ଲାର କେଶରୀ ଗ୍ରାମ ଜଙ୍ଗଲ କୁ ଚାଲି ଯାଇଥିବା ନେଇ ସୂଚନା ରହିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




