*ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ “ପଢ଼ିବା ଗଢ଼ିବା ଓଡ଼ିଶା ” କାର୍ଯ୍ୟକ୍ରମ*

ବରଗଡ଼:୧୩/୧/୨୦୨୬(ପବିତ୍ର ମେହେର)ଶିକ୍ଷାର୍ଥୀମାନଙ୍କ ମୌଖିକ ଭାଷାର ବିକାଶ,ପଠନ ଦକ୍ଷତା ବୃଦ୍ଧି ଏବଂ ଲେଖନୀ ମାଧ୍ୟମରେ ଭାବ ପ୍ରକାଶ କରିବାର ଦକ୍ଷତା ବୃଦ୍ଧି ନିମନ୍ତେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ପଠନ ପ୍ରୋତ୍ସାହନ ସପ୍ତାହ ଉପଲକ୍ଷେ “ପଢ଼ିବା ଗଢ଼ିବା ଓଡ଼ିଶା “ଅଭିଯାନ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅମ୍ବାଭୋନା ଏବିଇଓ ଲାଲ ମୋହନ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ,ସି ଆର ସି ସି କେଦାର ନାଏକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ତେଜରାମ ସା, ପ୍ରକାଶ ପଧାନ,ପ୍ରଶାନ୍ତ ମହାପାତ୍ର,ପଦ୍ମଲୋଚନ ବିଶି,ଶ୍ରୀପତି ସାହୁ,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ,ରଞ୍ଜିତ ସାହୁ, ଅମୂଲ୍ୟ ଭୋଇ,ସୁଦର୍ଶନ ସାହୁ, ଦେବାଶିଷ ମିର୍ଦ୍ଧା,ଅନୀଲ ସିଦାର,ଶିକ୍ଷୟିତ୍ରୀ ରୋଜାଲିନ ଭୋଇ, ସୌଦାମିନୀ ବାରିକ,ରାଜକୁମାରୀ ଭୁଏ, ସରିତା ପଟେଲ,ମନୋଜା ପଟେଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସୌଦାମିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।



