*ରାମକୃଷ୍ଣ ସେବା ସମିତି ପକ୍ଷରୁ ଗରିବ ଲୋକଙ୍କୁ କମ୍ବଳ ଓ ଲୁଗା ବଣ୍ଟନ*

ତାଳଚେର :ତା 14/01/2026: ତାଳଚେର ରାମକୃଷ୍ଣ ସେବା ସମିତି ପକ୍ଷରୁ ଆଜି ମକର ସଂକ୍ରାନ୍ତି ରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି |ରାମକୃଷ୍ଣ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ 20 ତମ ସେବା ସଂକଳ୍ପ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ରାମକୃଷ୍ଣ ସେବା ସମିତି ର 20 ବର୍ଷ ଧରି ଏଭଳି ସେବା ମୂଳକ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ |

ଅନୁଷ୍ଠାନ ର ସମ୍ପାଦକ ସ୍ବପ୍ପ୍ନାରାଣୀ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ତାଳଚେର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ କାଳନ୍ଦି ସାହୁ,ସ୍କୁଲ ର ସଭାପତି ଆଇନଜୀବୀ କୁଶ ବିହାରୀ ସାମଲ, ସଂଜୀବ ନାୟକ, ଶଙ୍କର୍ଷଣ ମିଶ୍ର, ଅମିତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ |ଶତାଧିକ ଗରିବ ଲୋକଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରାଯାଇଥିଲା |




