ଭୁବନେଶ୍ବରରେ ମାଞ୍ଜା ସୂତା ଚଢ଼ାଉ
ଭୁବନେଶ୍ୱର: ଭୁବନେଶ୍ବର ଏକ ନମ୍ୱର ହାଟରେ ଗୁଡ଼ି ମାଞ୍ଜା ସୂତା ବିକୁଥିବା ଦୋକାନରେ ଚଢ଼ାଉ କରିଛି ପୋଲିସ୍। ଡିସିପି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ୍ ଥାନା ପକ୍ଷରୁ ଚଢ଼ାଉ କରାଯାଇଛି। ମାଞ୍ଜା ସୂତା ବିକୁଥିବା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମାଞ୍ଜା ସୂତା ଲାଗି ଗୁରୁତର ହୋଇଥିଲେ ଭୁବନେଶ୍ବର ପୋଖରୀପୁଟ ଅଞ୍ଚଳର ଜଣେ ଯୁବକ।



