ୱାଶିଂଟନ: ଇରାନରେ ଲାଗି ରହିଥିବା ଉତ୍ତେଜନା ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଏଥିପାଇଁ ମଧ୍ୟପ୍ରାଚ୍ୟରେ ଥିବା ସେନା ଘାଟିଗୁଡିକରୁ ଆମେରିକା ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁ ସୈନ୍ୟମାନେ ଏବେ ଘାଟିରେ ଅଛନ୍ତି ସେମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଛି। କାରଣ ଇରାନ ଯେକୌଣସି ସମୟରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ସେନାଘାଟିଗୁଡିକ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି।
ବୁଧବାର ସନ୍ଧ୍ୟାରେ କାତାରର ଅଲ୍ ଉଦେଇଦ୍ ଏୟାରବେସ୍ରୁ ଆମେରିକା ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିଆଣିଛି। ଇରାନର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଅଲ୍ ଉଦେଇଦ୍ ହେଉଛି ମଧ୍ୟପ୍ରାଚ୍ୟସ୍ଥିତ ଆମେରିକାର ସବୁଠାରୁ ବଡ ସାମରିକ ଘାଟି। ଏଠାରେ ଆମେରିକାର ପ୍ରାୟ ୧୦ହଜାର ସୈନ୍ୟ ମୁତୟନ ଅଛନ୍ତି। କାତାର ବ୍ୟତୀତ ସାଉଦିଆରବ, ୟୁଏଇ ଓ ତୁର୍କୀରେ ଆମେରିକା ସେନା ଘାଟି ରହିଛି। ଇରାନ କହିଛି ଯେ ଆମେରିକା ଯଦି ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ପ୍ରକାର ହସ୍ତକ୍ଷେପ କରେ ତେବେ ଏହା ମଧ୍ୟପ୍ରାଚ୍ୟସ୍ଥିତ ଆମେରିକାର ସେନାଘାଟିଗୁଡିକ ଉପରେ ଆକ୍ରମଣ କରିବ।
କାରଣ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିକ୍ଷୋଭକାରୀଙ୍କୁ ଉସୁକାଇବା ସହ ସେମାନଙ୍କୁ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରଖିବାକୁ କହିଥିଲେ। ଏପରି କି ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନକୁ ନିଜ ଦଖଲକୁ ନେବା ଲାଗି ଟ୍ରମ୍ପ ବିକ୍ଷୋଭକାରୀଙ୍କୁ ତାଙ୍କ ସୋସିଆଲ ପୋଷ୍ଟ ମାଧ୍ୟମରେ ପ୍ରବର୍ତ୍ତାଇଥିଲେ। ବିକ୍ଷୋଭ ଓ ହିଂସାକାରୀଙ୍କ ନିକଟରେ ଆମେରିକାର ସହାୟତା ଖୁବ୍ଶୀଘ୍ର ପହଞ୍ଚିବ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପଙ୍କ ଏପରି ପ୍ରତିକ୍ରିୟା ପରେ ଇରାନ ଚେତାବନୀ ଦେଇଥିଲା। ଇରାନ ପ୍ରସଙ୍ଗେର ଟ୍ରମ୍ପଙ୍କ ହସ୍ତକ୍ଷେପ ଯୋଜନା ପରେ ଦୁଇ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗକୁ ବନ୍ଦ କରିଦିଆଯାଇଛି। ଟ୍ରମ୍ପଙ୍କ ହସ୍ତକ୍ଷେପ ଧମକ ପରେ ଇରାନ ଆକ୍ରମଣ ଧମକ ଦେଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


