ମମତା ସ୍ଵେଛାସେବି ଅନୁଷ୍ଠାନ ପକ୍ଷରୁ ସୁଶାସନ ଦିବସ ପାଳିତ

ଧର୍ମଗଡ଼ (ଜାଗ୍ରତ ଭାରତ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେମମତା ସ୍ଵେଛାସେବି ଅନୁଷ୍ଠାନ ଦ୍ୱାରା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବଡ଼ବର୍ସୁଲ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି.ବିଶେଷକରି ଗ୍ରାମାଞ୍ଚଳ ରେ କିଭଳି ଅଛି ସ୍ୱାସ୍ଥ୍ୟ, ଶିକ୍ଷ୍ୟା, ସ୍ୱଚ୍ଛତା ଏବଂ ପୃଷ୍ଟିକରତା ଆଦି ପରଖିବା ଉପରେ ଆଲୋଚନା ହୋଇଥିଲା.ସରକାରଙ୍କ ଲୋକାଭିମୁକ୍ଷୀ ଯୋଜନା କାର୍ଯ୍ୟକାରି ହେଉଛି କିନ୍ତୁ ତଳସ୍ତରରେ ଏହାର ସଠିକ ଉପଯଯୋଗ ନହୋଇପାରିବହେତୁ କଳାହାଣ୍ଡି ଜିଲ୍ଲାରେ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ସ୍ୱଛତା ଏବଂ ପୁଷ୍ଟିକରର ହାର ବହୁ ନଗଣ୍ୟ. ଏହାର ମାତ୍ରା ବଢାଇବା ନିମନ୍ତେ ବ୍ୟାପକ ସଚେତନତା ର ଆବଶ୍ୟକତା ଅଛି ତେଣୁକରି ମମତା ଦ୍ୱାରା ଆଗାମୀ ତିନିମାସ ମଧ୍ୟରେ ଗ୍ରାମାଞ୍ଚଳ ରେ ଆଶା,

ଅଙ୍ଗନବାଡି କର୍ମୀ ମାନଙ୍କୁ ଉପଯୁକ୍ତ ଶିକ୍ଷ୍ୟା ଦିଆଯିବା ସହ ସେମାନଙ୍କ ଜରିଆରେ କିଭଳି ଅଧିକରୁ ଅଧିକ ମାତ୍ରରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନତାଙ୍କୁ ବ୍ୟାପକ ସଚେତନ କରାଯାଇପାରିବ ଆମର ଏହା ପ୍ରୟାଶ ବୋଲି ମମତାର ଜିଲ୍ଲା ସଂଯୋଜିକା ବର୍ଷାରାଣୀ ଦାସ ପ୍ରକାଶ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ର ସିଡ଼ିପିଓ ମ୍ୟାଡ଼ାମ ଧରିତ୍ରୀ ପାଣିଗ୍ରାହୀ,

ସମ୍ମାନିତ ଅତିଥିଭାବେ ଏ. ବି. ଇ.ଓ ବିଶ୍ୱଜିତ୍ ବେହେରା ଏବଂ ସରପଞ୍ଚ ମୁକୁନ୍ଦ ସବର ଯୋଗ ଦେଇଥିଲେ। ଏଥିରେ ସମସ୍ତ ବିଭାଗ ର ସଦସ୍ୟ ମାନେ ଯୋଗ ଦେଇଥିଲେ ଯେପରିକି ଆଶା ଦିଦି, ଅଙ୍ଗନୱାଡି ଦିଦି, ଏନମ ଦିଦି, ଶିକ୍ଷକ ମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ପ୍ରସଂଶା କରିଥିଲେ, ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସ୍ଵେଛାସେବୀ ଅନୁଷ୍ଠାନ ମମତାର ସମସ୍ତ କାର୍ଯ୍ୟକତ୍ତା ।

ଧର୍ମଗଡ଼ରୁ ଧବଳେଶ୍ଵର ରଣାଙ୍କ ରିପୋର୍ଟ



