*ବିଜ୍ଞାନ କ୍ଳବ୍ ,ଇକୋ କ୍ଲବ୍ ଓ ଶକ୍ତି କ୍ଲବର ଶିକ୍ଷାର୍ଥୀଙ୍କ ଶୈକ୍ଷିକକ୍ଷେତ୍ର ପରିଭ୍ରମଣ*

ବରଗଡ଼:୧୬/୧/୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତା ଓ ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ରୁଚିଦାର ବିଜ୍ଞାନ କ୍ଳବ୍, ଇକୋ କ୍ଲବ୍ ଓ ଶକ୍ତି କ୍ଳବର ଛାତ୍ରଛାତ୍ରୀ ଶୈକ୍ଷିକକ୍ଷେତ୍ର ପରିଭ୍ରମଣରେ ଆସି ଚଢେଇଗାଁ ସ୍ଥିତ ଇମ୍ପେରିଆଲ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ।

ଶୈକ୍ଷିକ ପରିଭ୍ରମଣରେ ଆସିଥିବା ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ,ଭୁକ୍ତା ଏବଂ ପୁରୁଷୋତ୍ତମ ସରକାରୀ ହାଇସ୍କୁଲ, ରୁଚିଦାର ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଛାତ୍ର/ଛାତ୍ରୀମାନଙ୍କୁ ଇମ୍ପେରିଆଲ୍ ମହାବିଦ୍ୟାଳୟର ନିର୍ଦ୍ଦେଶକ ଦୀପକ କୁମାର ଗୋୟଲ ସସମ୍ମାନେ ସ୍ବାଗତ କରିଥିଲେ।ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟା ବୃଦ୍ଧି,ପରିବେଶ ସଚେତନତା ଓ ସାଂସ୍କୃତିକ ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ଭୁକ୍ତା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଅଙ୍କିତ ମହନ୍ତ ଓ ଶିକ୍ଷୟିତ୍ରୀ ରୋଜାଲିନ ଭୋଇଙ୍କ ସହ ଜନତା ହାଇସ୍କୁଲ ଭୁକ୍ତାର ୪୧ ଜଣ ଶିକ୍ଷାର୍ଥୀ ଏବଂ ରୁଚିଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ସୁବୋଧ ଭୋଇ, ବଳରାମ ରଣା ଓ ଶିକ୍ଷୟିତ୍ରୀ ତନୟା ଡନସନାଙ୍କ ସହ ରୁଚିଦା ହାଇସ୍କୁଲର ୪୦ ଜଣ ଶିକ୍ଷାର୍ଥୀ ଆସିଥିଲେ।ଏହି ଅବସରରେ ଆୟୋଜିତ ଏକ ଶୈକ୍ଷିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀ ଶିକ୍ଷାର୍ଥୀଙ୍କୁ କ୍ୟାରିଅର ଚୟନ ପାଇଁ ଗଠନ ମୂଳକ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ ପରିସରରେ ଥିବା ସରସ୍ବତୀ ବାଟିକା ବୁଦ୍ଧବନମ୍ ପରିଦର୍ଶନ କରିବା ସହ ଭୂତଳ ଜଳ ସଂରକ୍ଷଣ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରାଯାଉଥିବା ଏହି ଶିକ୍ଷାନୁଷ୍ଠାନ ସଂପର୍କରେ ଅନେକ ତଥ୍ଯ ସଂଗ୍ରହ କରିଥିଲେ। ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଇମ୍ପେରିଆଲ୍ ମହାବିଦ୍ୟାଳୟର ନିର୍ଦ୍ଦେଶକ ଦୀପକ କୁମାର ଗୋୟଲଙ୍କୁ ଉପହାର ସ୍ବରୂପ ଏକ ଆମ୍ବ ଚାରା ଓ ସପେଟା ଚାରା ପ୍ରଦାନ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


