
ସମାଜସେବୀ ତଥା ଯୋଡ଼ା ଲକ୍ଷ୍ମୀପୂଜାର ପ୍ରତିଷ୍ଠାତା ଦୁଶାସନ ସାହୁଙ୍କ ବିୟୋଗ,ଅଞ୍ଚଳରେ ଶୋକ
କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ର ଜଣେ ଧର୍ମପରାୟଣ ବ୍ୟକ୍ତି ତଥା ସମାଜସେବୀ ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଶାସନ ସାହୁ ଜଣେ ଧର୍ମପରାୟଣ ବ୍ୟକ୍ତି ଥିବା ସହିତ ମିଷ୍ଟଭାଷୀ ଓ ପରୋପକାରୀ, ବିଶିଷ୍ଟ ବ୍ୟବସାୟୀ ଓ ଦୃଢ ନେତୃତ୍ୱ ର ଅଧିକାରୀ, ମେଳାପୀ, ଓ ହୃଦୟବାନ ବ୍ୟକ୍ତି ଥିଲେ। ସେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ସକ୍ରୀୟ ସଦସ୍ୟ ଥିବା ସହିତ ଯୋଡ଼ା ଲକ୍ଷ୍ମୀପୂଜା ର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଯୋଡ଼ା ପୌରପାଳିକା ର ୪ ନମ୍ବର ୱାର୍ଡ ରେ ବସବାସ କରୁଥିଲେ । ଶ୍ରୀ ସାହୁ ଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିବା ଜଣା ପଡ଼ିଛି।ତାଙ୍କ ବିୟୋଗ ଖବର ପ୍ରସାର ହେବା ପରେ ପାର୍ଥିବ ଶରୀରକୁ ସେସ ଦର୍ଶନ ପାଇଁ ଯୋଡ଼ା ସହରର ନାମୀ ଦାମୀ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ଶୁଅ ଛୁଟିଥିଲା l ଯୋଡ଼ା ସହରର ପ୍ରସିଦ୍ଧ ଲକ୍ଷ୍ମୀପୂଜା ର ଉଦ୍ୟକ୍ତା ଥିବାବେଳେ ତାଙ୍କ ପ୍ରଚେଷ୍ଟା ରେ ଯୋଡ଼ା ଠାରେ ଲକ୍ଷ୍ମୀ ମାଆ ଙ୍କର ଏକ ଭବ୍ୟ ମନ୍ଦିର ନିର୍ମିତ ହୋଇ ପାରିଛି l ଧନୀ ଗରିବ ସମସ୍ତ ବ୍ୟକ୍ତିଙ୍କୁ ସେ ଭଲ ପାଉଥିବା ବେଳେ ସର୍ବଦା ଲୋକଙ୍କୁ ସାହାଯ୍ୟ କରୁଥିଲେ l ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଶେଷ ମୁହୂର୍ତ୍ତରେ ଭୁବନେଶ୍ୱର ସ୍ଥିତ ଆପୋଲୋ ଡାକ୍ତରଖାନା ରେ ଚିକିସ୍ଥିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ l ମୃତ୍ୟୁ ବେଳ କୁ ତାଙ୍କ ବଡ଼ ପୁଅ ତଥା ଯୋଡ଼ା ପୌରାଧକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ, ମଝିଆ ପୁଅ ବିଶିଷ୍ଟ ଶିଳ୍ପପତି ତଥା ଖଣି ମାଲିକ ଶ୍ରୀନିବାସ ସାହୁ ଓ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ l ଭୁବନେଶ୍ୱର ରୁ ପ୍ରଥମେ ତାଙ୍କ ପାର୍ଥିବ ଶରୀର କୁ ଜନ୍ମ ମାଟି କାଳିକା ପ୍ରାସାଦ ରେ ପହଞ୍ଚାଇ ସେଠାରୁ ଯୋଡ଼ା ଅଣାଯାଇ ଯୋଡ଼ା ସହର ପରିକ୍ରମା, ପରେ ବିଲେଇ ପଦା, ପଦ୍ମପୁର ଭୁବନେଶ୍ୱର ଠାରେ କିଛି ସମୟ ଶେଷ ଦର୍ଶନ ପାଇଁ ରଖାଯାଇଥିଲା ସେଠାରୁ ଅନ୍ତିମ ଯାତ୍ରା ପୁରୀ ସ୍ୱର୍ଗଦ୍ୱାରକୁ ବାହାରି ଥିଲା l ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ପୁତ୍ର, ପୁତ୍ରବଧୂ ନାତି ନାତୁଣୀ, ବନ୍ଧୁ ପରିଜନ ଙ୍କ ଗହଣ ରେ ସମାପ୍ତ ହୋଇଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



