ଦିତୀୟ ଦିନ ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିରରେ ସତମୁଖର ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳ
ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଦ୍ୱିତୀୟ ଦିବସ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଡ. ପଙ୍କଜ ବାରିକ୍ ଙ୍କ ତତ୍ୱାବଧାନରେ ସ୍ୱେଚ୍ଛାସେବୀ ମାନେ ବିଦ୍ୟାଳୟ ପରିସର ସଫେଇ କରିବା ସହ ଢେଙ୍କାନାଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ବୋରାପଦାରେ ମଧ୍ୟ ସଫେଇ କାଯ୍ୟକ୍ରମ ଅତି ଆଗ୍ରହର ସହ କରିଥିଲେ। ଉକ୍ତ ଗ୍ରାମରେ ସମାଜ ସଚେତନତା ଉଦେଶ୍ୟରେ ଶିଶୁ ଶ୍ରମିକ ପ୍ରଥା ଏବଂ ଶିଶୁ ବିବାହ ରୋକିବା ଉଦେଶ୍ୟରେ ସ୍ୱେଚ୍ଛାସେବୀ ଛାତ୍ରୀ ମାନଙ୍କ ଦ୍ୱାରା ଦୁଇଟି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ଏବଂ ଅଙ୍ଗନୱାଡ଼ି ଓ ସ୍କୁଲ ପିଲା ମାନଙ୍କ ମଧ୍ୟରେ ଶିକ୍ଷା ସଚେତନତା ବାର୍ତ୍ତା ଦେଇଥିଲେ । ଡ.ବିଭୁତି ଭୂଷଣ ଶତପଥୀ ( ଇତିହାସ ବିଭାଗ – ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ) ସ୍ୱେଚ୍ଛାସେବୀ ମାନଙ୍କୁ ଢେଙ୍କାନାଳ ଜିଲ୍ଲାର ସାଂସ୍କୃତିକ ଐତିହ୍ୟ ସ୍ଥାୟୀ ପର୍ଯ୍ୟଟନ ଓ ଆର୍ଥିକ ବିକାଶ ଦିଗରେ ଅତ୍ୟନ୍ତ ଉପଯୋଗୀ ଶିକ୍ଷା ପ୍ରଦାନ କରିଥିଲେ । ସେହିଭଳି ଭାବରେ ଡ.ସିଦ୍ଧାର୍ଥ ଶଙ୍କର ରାମ (ଉଦ୍ଭିଦ ବିଜ୍ଞାନ ବିଭାଗ – ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ) ସ୍ୱେଚ୍ଛାସେବୀ ମାନଙ୍କୁ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତିରୋଧ ସମ୍ପର୍କିତ ମୂଲ୍ୟବାନ ଶିକ୍ଷା ପ୍ରଦାନ କରିଥିଲେ। ପରିଶେଷରେ ସ୍ବେଛାସେବୀ ମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗୀତା ମୂଳକ ଏବଂ ମନୋରଞ୍ଜନ ମୂଳକ କାଯ୍ୟକ୍ରମ କରାଯାଇ ଦ୍ୱିତୀୟ ଦିନର କର୍ଯ୍ୟକମ କୁ ସମାପନ କରାଯାଇଥିଲା।



