ଢେଙ୍କାନାଳ ଜିଲ୍ଲା – ହିନ୍ଦୋଳ ବ୍ଲକ
ଚିତ୍ତଲପୁରରେ ରୁନା ମେମୋରିୟଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ
ଚିତ୍ତଲପୁର, 18 ଜାନୁୟାରୀ 2026।
ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଚିତ୍ତଲପୁର ପଞ୍ଚାୟତରେ ଆଜି ରୁନା ମେମୋରିୟଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହୋଇଛି। ଗ୍ରାମରେ କ୍ରୀଡା ସଚେତନତା ବୃଦ୍ଧି ଓ ଯୁବମାନଙ୍କୁ ଖେଳ ମାଂଚିତ୍ରରେ ଆଗେଇ ଆଣିବା ଉଦ୍ଦେଶ୍ୟରେ ଶିବଶକ୍ତି ଯୁବକ ସଙ୍ଘ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛନ୍ତି।
ଉଦଘାଟନ କରିଥିଲେ ଗ୍ରାମର ଉପସଭାପତି ଶ୍ରୀଯୁକ୍ତ ମନମୋହନ ପାଣିଗ୍ରାହୀ। ସମାରୋହରେ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ନାଗରିକ ଧର୍ମାନନ୍ଦ ମହାପାତ୍ର, ସଙ୍ଘ ସଭାପତି ଟୁକୁନା ମହାପାତ୍ର, ଏବଂ ସଙ୍ଘର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଦିବସର ଆରମ୍ଭରେ ଧ୍ବଜୋତ୍ତୋଳନ, ମୈଦାନ ପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଉଦଘାଟନ ଅବସରରେ ଉପସଭାପତି ପାଣିଗ୍ରାହୀ କହିଥିଲେ,
“ଏଭଳି କ୍ରୀଡା ଆୟୋଜନ ଗ୍ରାମର ଏକତା, ଶିଷ୍ଟାଚାର ଓ ସ୍ୱସ୍ଥ ପ୍ରତିସ୍ପର୍ଦ୍ଧାର ପ୍ରତୀକ।”ଅୟୋଜକ – ଶିବଶକ୍ତି ଯୁବକ ସଂଘ।
ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଉତ୍ସାହ ଓ ଉଦ୍ଦୀପନା ସହ ଉପସ୍ଥିତ ହୋଇଥିଲେ।
ଆଜି ପ୍ରଥମ ଦିନରେ ଦୁଦୁରୁକୁଟୁ ବନାମ ଅଁଳାବେଡା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଲା। ଉଭୟ ଦଳ ଅପୂର୍ବ ଖେଳ ପ୍ରଦର୍ଶନ କରିଥିବାରୁ ଦର୍ଶକମାନେ ଉତ୍ସାହ ସହ ଅଭିନନ୍ଦନ ଜଣାଇଥିଲେ। ମୈଦାନରେ ପ୍ରଚୁର ଭିଡ଼ ଦେଖାଗଲା ଏବଂ ପୂରା ପରିବେଶ କ୍ରୀଡାମୟ ହୋଇଯାଇଥିଲା।

ଶିବଶକ୍ତି ଯୁବକ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଆଗାମୀ ଦିନମାନେ ଅନ୍ୟାନ୍ୟ ଦଳମାନଙ୍କ ଖେଳ ସହ ଟୁର୍ଣ୍ଣାମେଣ୍ଟ ଅଧିକ ରୋମାଞ୍ଚକ ଓ ଆକର୍ଷଣୀୟ ହେବ। ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ




