ଲରମ୍ଭା ଉଚ୍ଚ ବିଦ୍ୟାଳୟ ଲରମ୍ଭା ମେଟ୍ରିକ ୨୦୦୧ ବର୍ଷର ବନ୍ଧୁମିଳନ
ବରଗଡ:୧୮/୧/୨୦୨୬(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ଉଚ୍ଚ ବିଦ୍ୟାଳୟ ଲରମ୍ଭା ମେଟ୍ରିକ ୨୦୦୧ ବେଚର୧୭ତମ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ଅଷ୍ଟଶମ୍ଭୁ ମନ୍ଦିର ଅନକା ନଲିଆ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ତତ୍କାଳୀନ ଶିକ୍ଷକ ଭାରତ ସରାପ,କପିଳେଶ୍ୱର ବାଗ, ଭୁବନେଶ୍ୱର ମହାକୁର, କିରାଣୀ ତ୍ରିନାଥ ମହାକୁର ଓ ସହଯୋଗୀ ଜଗଦୀଶ ଥାଟି ଯୋଗ ଦେଇଥିଲେ l ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ଶିକ୍ଷକ, ଶିକ୍ଷାକର୍ମୀ ଓ ଛାତ୍ର, ଛାତ୍ରୀ ନିଜନିଜ ପୂର୍ବସ୍ମୃତି କୁ ମନେ ପକାଇ ବକ୍ତବ୍ୟ ଦେଇଥିଲେ l ଏହି ବେଚର ଛାତ୍ରୀ ଓ. ଏ. ଏସ. ସମୀକ୍ଷା ନାଏକ ଏପରି ବନ୍ଧୁ ମିଳନ ଅବସରରେ “ରକ୍ତଦାନ ଶିବିର”ଆୟୋଜନ କରିବା ପାଇଁ ମତ ପ୍ରକାଶ କରିଥିଲେ l ଛାତ୍ରୀ ଶାଶ୍ଵତୀ ପଣ୍ଡା, ଶାଶ୍ୱତ କର୍ଣ୍ଣ, ନିଜ ନିଜ ସ୍ମୃତି କହିଥିଲେ l ରତନ କୁମାର ସାହୁ ଓ ସୁଧାଂଶୁ ଭୋଇ ନାଟକ ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ କରିଥିଲେ l ଏହି ବନ୍ଧୁ ମିଳନ ଉତ୍ସବ ଟିକେଶ୍ୱର ସୁଶାରୀ, ସୁଧାଂଶୁ ଭୋଇ,ପୀତବାସ କର୍ଣ୍ଣ, ମାନସ ଦାସ, ରାଜୁ ମାହାଣାଙ୍କ ପାଇଁ ସଫଳ ହୋଇଥିଲା l ଶେଷରେ ଅମିତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l



