ଓଡିଶା ର ପ୍ରଥମ ଟ୍ରାନ୍ସଜେଣ୍ଡର୍ ପି.ଏଚ୍.ଡି ସ୍କଲାର ଭାବରେ ଢେଙ୍କାନାଳ ଜିଲ୍ଲା ର ଦୀପ୍ତି ରଞ୍ଜନ ମହାପାତ୍ର ନାମ ଅର୍ଜନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଆବେଦନ କରିଥିବା ଚାଳିଶି ଜଣ ଙ୍କ ଭିତରୁ ପାଞ୍ଚ ଜଣ ଙ୍କୁ ସିଲେକ୍ଟ କରାଯାଇଥିଲା ସେଥିରେ ଦୀପ୍ତି ଙ୍କ ନାମ ରହିଥିଲା। ଓଡ଼ିଆ ଭାଷା ସାହିତ୍ୟ ରେ ସେ ତାଙ୍କର ପି.ଏଚ୍.ଡି କରିବେ ବୋଲି ସ୍ଥିର କରିଛନ୍ତି। ସରକାରଙ୍କ UGC ଗ୍ରାଣ୍ଡ୍ ମାନ୍ୟତା ପାଇଥିବା ଜୁନିଅର ରିସର୍ଚ୍ଚ ଫେଲୋସିପ୍ ରେ ତାଙ୍କୁ ପଚାଶ ହଜାର ଟଙ୍କା ର ଫେଲୋସିପ୍ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ଓଡିଶା ରେ ସବୁ ଟ୍ରାନ୍ସଜେଣ୍ଡର୍ ଙ୍କ ପାଇଁ ସେ ଏକ ଉଦାହରଣ ସାଜିଛନ୍ତି। ତାଙ୍କ ପିତା ମାତା ଙ୍କ ଏକ ମାତ୍ର ସନ୍ତାନ ଭାବରେ ସେ ପରିବାର ର ନାମ ରଖିବା ସହିତ ରାଜ୍ୟ ର ମଧ୍ୟ ଗୌରବ ରଖିଛନ୍ତି। ନିଜର ପି.ଏଚ୍.ଡି ସମାପ୍ତ କରିବା ପରେ ଓଡ଼ିଆ ଭାଷା ସାହିତ୍ୟ ର ବିକାଶ ଓ ଉନ୍ନତି ପାଇଁ କାମ କରିବେ ବୋଲି ସେ କହିଛନ୍ତି। ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ

February 18, 2026/
No Comments


