ଆସନ୍ତା ମାର୍ଚ୍ଚ ୧୫ରେ ପପଙ୍ଗାରେ ଡୁମାଲ ଜାତିର ରାଜ୍ୟସ୍ତରୀୟ ମହାସଭା

ବରଗଡ :୧୮/୦୧/୨୬ (ପବିତ୍ର ମେହେର )ରବିବାର ଦିନ ସକାଳ ୧୦ଟା ସମୟରେ ବରଗଡ ଜିଲ୍ଲା ଭେଡେନ ବ୍ଲକ ଗୁନିଆପାଲି କେନ୍ଦ୍ର ଅଧୀନରେ ଥିବା ପପଙ୍ଗା କେନାଲ କଲୋନୀରେ ଡୁମାଲ ଜାତିର ରାଜ୍ୟସ୍ତରୀୟ ମହାସଭା ଆସନ୍ତା ମାର୍ଚ୍ଚ ୧୫ ଓ ୧୬ ତାରିଖ ରବିବାର ଓ ସୋମବାର ଦୁଇ ଦିନ ଧରି ବରଗଡ ଜିଲ୍ଲା ପପଙ୍ଗାଠାରେ ହେବାକୁ ଥିବାରୁ ତାର ଏକ ପ୍ରସ୍ତୁତି ବୈଠକ ବରଗଡ ଜିଲ୍ଲା ସଭାପତି ଗଣେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଡୁମାଲ ପରିଷଦ ଓଡିଶାର ରାଜ୍ୟ ସଭାପତି ଦୟାସାଗର ମେଣ୍ଡଳୀ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ l ଏହି ରାଜ୍ୟ ସ୍ତରୀୟ ମହାସଭା ସଫଳ ଭାବେ ଆୟୋଜନ କରିବା ପାଇଁ ଡୁମାଲ ଜାତିଭାଇମାନଂକୁ ନେଇ ୩୦ ଜଣିଆ କମିଟି ଗଠନ କରାଗଲା l ତତସଂଗେ ସଂଗେ ମହାସଭା ପାଇଁ ଆବଶ୍ୟକ କମିଟି ଗଠନ କରି ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଗଲା l ଯୁବ ଓ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇ ଯୁବ କମିଟି ଏବଂ ମହିଳା କମିଟି ଗଠନ କରାଗଲା l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଡୁମାଲ ଜାତିର ବ୍ୟକ୍ତି ବିଶେଷ ମାନଙ୍କୁ ମହାସଭାରେ ସମ୍ମାନିତ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା l ଏହି ବୈଠକରେ ବରଗଡ ଜିଲ୍ଲାର ସମସ୍ତ କେନ୍ଦ୍ରର ସଭାପତି, ସମ୍ପାଦକ, ରାଜ୍ୟ ପରିଷଦ ସଭ୍ୟ, ଗୁନିଆ ପାଲି କେନ୍ଦ୍ରର ଯୁବ ସଦସ୍ୟ ଓ ମାଁ ମାହେଶ୍ୱରୀ ସେନାର ସଦସ୍ୟମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ l ସଭା ଶେଷରେ ଜିଲ୍ଲା ସମ୍ପାଦକ ସୁବାସ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ l



