ବନ୍ଧୁକମୁନରେ ଲୁଟିଲେ ପାଖାପାଖି ଚାରି ରୁ ପାଞ୍ଚୋକୋଟିର ସୁନା ଓ ନଗଦ ଆଠଲକ୍ଷ ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗମୁଖ୍ୟ ରାସ୍ତାର ଥିବା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ରୁ ଦିନ ଦ୍ଵିପ୍ରହର ପାଖାପାଖି ଦୁଇଟା ପାଞ୍ଚ ମିନିଟ୍ ସମୟରେ ବନ୍ଧୁକ ମୁନରେ ଲୁଟିଲେ ପାଖାପାଖି ଚାରି ରୁ ପାଞ୍ଚ କୋଟିର ସୁନା ଅଳଙ୍କାର ସହ ପାଖାପାଖି ଆଠ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ମୁଖା ପିନ୍ଧା ଦୁବୃର୍ତ୍ତ । ତେବେ ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ବଡ଼ବିଲ ଯୋଡ଼ା ଥାନା ଅଧିକାରୀ ସଦଳବଳେ ପହଞ୍ଚି ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



