ଗୋଲାମୁଣ୍ଡା ଶିବାଜୀ ଷ୍ଟାଡ଼ିୟମଠାରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼(ଜାଗ୍ରତ ଭାରତ ):୨୦, ୧,୨୦୨୬ ରାଷ୍ଟ୍ରୟ ଗୀତ “ବନ୍ଦେ ମାତରମ୍” ର ୧୫୦ବର୍ଷ ପୂର୍ତ୍ତି ଅବସରରେ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଅବସରରେ ଆଜି ସକାଳ ଦିବା୧୧ ଘଣ୍ଟାରେ ଗୋଲାମୁଣ୍ଡା ଗ୍ରାମ ସ୍ଥିତ ଶିବାଜୀ ଷ୍ଟାଡିୟମ ଠାରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମଞ୍ଚରେ ଭାରତମାତାଙ୍କୁ ପୁଷ୍ପମାଳ ପ୍ରଦାନ ସହ ଦୀପ ପ୍ରଜ୍ଵଳନ କରାଯିବାର ସହ ବିଡ଼ିଓ ବନ୍ଦେ ମାତରମ୍ ଗୀତର ତାତ୍ପର୍ଯ୍ୟ ସଂର୍ପକକହିଥିଲେ,୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚାଟାର୍ଜୀ ଏହାକୁ ରଚନା କରିଥିଲେ। Iଏହି ଗୀତ ଗାଇ ସୁଣି ଭାରତମାତାର ବହୁ ସନ୍ତାନ ଦେଶ ପାଇଁ ନିଜ ଜୀବନକୁ ହୁସହସି ଉତ୍ସର୍ଗ କରିଦେଇଥିଲେ । ଏହି ଗୀତ ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଆଜି ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ଙ୍କୁ ନେଇ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁର ମହାନନ୍ଦ,ଏବିଡ଼ିଓ ବିଜୟ କୁମାର ନାୟକ,ସମାଜ ସେବି ଶ୍ୟାମ ସୁନ୍ଦର ଅଗ୍ରୱାଲ,ବିଇଓ ରାଜେଶ କୁମାର ନାୟକ ପ୍ରମୁଖ ଯୋଗଦେଇ ସମବେତ କଣ୍ଠ ରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରଂ ଗାନ କରାଯାଇଥିବା




