ଶିକ୍ଷୟିତ୍ରୀ ପାଇଲେ ବଉଳା କଣ୍ଡୁରି ସ୍ମୃତି ସମ୍ମାନ

ଅତାବିରା, ତା,୨୦/୧( ନି ପ୍ର): ପେନ୍_ ବଉଳ କଣ୍ଡୁରୀ ଚାରିଟେବୁଲ ଟ୍ରଷ୍ଟ,କନ୍ଧମାଳ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ରେ ଅନୁଷ୍ଠିତ ଟ୍ରଷ୍ଟ ର ତୃତୀୟ ବାର୍ଷିକ ସାରସ୍ୱତ ସମାରୋହ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ଟୋପ ର ବିଜ୍ଞାନ ଶିକ୍ଷୟିତ୍ରୀ,କବୟିତ୍ରୀ, ସମାଜ ସେବୀ ତଥା ପ୍ରକୃତି ବନ୍ଧୁ ଅନୁସୂୟା ଦେବତା ଙ୍କୁ “ବଉଳା କଣ୍ଡୁରୀ ସ୍ମୃତି ସମ୍ମାନ ” ରେ ସମ୍ବର୍ଦ୍ଧିତ କରାଯାଇଛି । ଶିକ୍ଷାବିତ ତଥା ସମାଜ ସେବୀ ଗୋବିନ୍ଦ ଚନ୍ଦ୍ର ଫାରକ୍ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାହିତ୍ୟ ସମାରୋହ ରେ ମୁଖ୍ୟ ଅତିଥି ଭାବେ ମୀନକେତନ ଦାଶ ,ପ୍ରାକ୍ତନ ନିର୍ଦ୍ଦେଶକ, ଗୃହ ନିର୍ମାଣ ଓ ନଗର ଉନ୍ନଉତ ବିଭାଗ, ଓଡ଼ିଶା ସରକାର ଯୋଗ ଦେଇଥିବା ବେଳେ ଶ୍ରୀ ବାହାଦୂର ପାଟ୍ଟସାହାଣୀ, ପ୍ରାକ୍ତନ ରାଜ୍ୟ ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ମୁଖ୍ୟ ବକ୍ତା,ବିଶିଷ୍ଟ ଅତିଥି ଭାବେ ଶଶଧର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ,
ସମ୍ମାନିତ ଅତିଥୁ ଭାବେ ପ୍ରଫେସର ତାରାପ୍ରସନ୍ନ ଶତପଥୀ, (ଶିକ୍ଷାବିତ୍ ଓ ସମାଜସେବୀ ), କୌଶଲ୍ୟା ବେଉରିଆ, ବିଶିଷ୍ଟ ସମାଜସେବୀ ଯୋଗ ଦେଇ ମଞ୍ଚାସୀନ ଥିଲେ । ଟ୍ରଷ୍ଟ ର ପ୍ରତିଷ୍ଠାତା ସମ୍ପାଦକ ନୀରଦ ଚନ୍ଦ୍ର ଜେନା, ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ସୌଦାମିନୀ ତ୍ରିପାଠୀ ଙ୍କ ବେଦ ମନ୍ତ୍ର ଉଚ୍ଚାରଣ ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ।ପ୍ରଥମ ଅଧିବେଶନ ରେ କବିତା ପାଠୋତ୍ସବ ହୋଇଥିଲା । ଡଃ ଦିଲ୍ଲୀପ କୁମାର ସେନାପତି, ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଚୀ ମହାବିଦ୍ୟାଳୟ ,କାକଟପୁର, ପୁରୀ ଓ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ରାଉତରାୟ ଙ୍କ ସଂଯୋଜନା କ୍ରମେ କବିତା ପାଠୋତ୍ସବ ହୋଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି କବୟିତ୍ରୀ ମାନେ କବିତା ପାଠ କରିଥିଲେ । ଦ୍ଵିତୀୟ ଅଧିବେଶନରେ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ତଥା ଟ୍ରଷ୍ଟ ର ସ୍ମରଣିକା ” ମୋ ମାଆ”, ଏବଂ ସନ୍ନିଭିକା, କବିତା ପସରା ଓ ମାତୃକୃପା ଆଦି ଚାରିଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରତିଭାଧାରୀ ମାନଙ୍କୁ ଉପଢୌକନ,ଫୁଲତୋଡ଼ା ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ କୃତିତ୍ୱ ହାସଲ କରିଥିବା ୫ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ଆର୍ଥିକ ସହାୟତା ରାଶି ସହ ମାନପତ୍ର ପ୍ରଦାନ କରାଯାଇ ତାଙ୍କର ମନୋବଳ ବୃଦ୍ଧି କରିବାର ନିଆରା ପ୍ରୟାସ କରାଯାଇଥିଲା । ଶେଷରେ ଅନିଲ କୁମାର ବିଶ୍ଵାଳ ଧନ୍ୟବାଦ୍ ଦେଇଥିଲେ ।



