ଖଜୁରିଆ ଡ୍ୟାମରେ ଥିବା ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନତା

ବରଗଡ଼:୨୨/୦୧(ପବିତ୍ର ମେହେର)::ପ୍ଲାଷ୍ଟିକ ପ୍ରଦୂଷଣର ଭୟାବହତାକୁ ଆଖି ଆଗରେ ରଖି ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରିବା ସହ ପର୍ଯ୍ୟଟନ ସ୍ଥଳୀରେ ଥିବା ବଣଭୋଜି ସ୍ଥଳକୁ ସଦା ସର୍ବଦା ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖଜୁରିଆ ଡ୍ୟାମରେ ଥିବା ବଣଭୋଜି ସ୍ଥଳରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ବନଖଣ୍ଡ ଅଧୀନସ୍ଥ ବରଗଡ଼ ବନାଞ୍ଚଳ ପକ୍ଷରୁ ଆୟୋଜିତ ବୈଠକରେ କମଗାଁ ବନପାଳ କୈଳାସ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଯୋଗ ଦେଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବରେ ହାସ୍ୟ କବି ଦେବେନ୍ଦ୍ର ସାହୁ, ସ୍ଥାନୀୟ ବରିଷ୍ଠ ସେଚ୍ଛାସେବୀ ନୀଳାମ୍ବର ପଧାନ ଓ ଶିକ୍ଷକ ଅଶ୍ୱିନୀ ସାହୁ ମଞ୍ଚାସୀନ ଥିଲେ।ପ୍ରାରମ୍ଭରେ ଅତିଥିବୃନ୍ଦଙ୍କୁ ଚାରା ଓ ଉପଢୌକନ ଦେଇ ସ୍ୱାଗତ କରିବା ପରେ ଅତିଥିବୃନ୍ଦ ପରିବେଶ ଉପରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର କୁପ୍ରଭାବ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଖମାରୀ ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ଉପସ୍ଥିତ ସମସ୍ତ ପ୍ରକୃତିପ୍ରେମୀ ସଭାସ୍ଥଳରୁ ଏକ ଶୋଭାଯାତ୍ରାରେ ବାହାରି ବଣଭୋଜି ସ୍ଥଳ ପରିକ୍ରମା କରିଥିଲେ ଓ ବିଭିନ୍ନ ଦଳରେ ବଣଭୋଜି ସ୍ଥଳରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ବେଲବାହାଲି ସ୍କୁଲ,କମଗାଁ ହାଇସ୍କୁଲ ଓ ଭିଞ୍ଜେତୋରା ସ୍କୁଲର ଛାତ୍ରଛାତ୍ରୀଙ୍କ ଓ ସମସ୍ତ ଜନ ସାଧାରଣଙ୍କୁ ପ୍ଲାଷ୍ଟିକମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ କମଗାଁ ବନପାଳ କୈଳାସ ମାଝୀ,ବରଗଡ଼ ବନପାଳ ସୁଦୀପ୍ତ କୁମାର ରଥ, ତୁରୁମ ବନପାଳ ଲୋକେଶ୍ଵର ଭୋଇ,ବରପାଲି ବନପାଳ ଶଶୀକାନ୍ତ ମଲ୍ଲିକ,ଅତାବିରା ବନପାଳ ଉଷେଶ୍ଵରୀ ପ୍ରଧାନ, ବନରକ୍ଷୀ କିଶୋରକୁମାର ସେଠ୍,ରୀତା ରହେନା,ସ୍ୱରୂପା ପ୍ରଧାନ, ଜୟଶ୍ରୀ ଝାଙ୍କର, ବିଶ୍ୱରଂଜନ ସାହୁ ,ଫରେଷ୍ଟ ସ୍ୱାର୍ଡ ସୁମନ୍ତ ମିର୍ଦ୍ଧା, ରାକେଶ ବେହେରା,ବନ୍ୟପ୍ରାଣୀ ବିଭାଗର ବନରକ୍ଷୀ ରଶ୍ମିତା ବେହେରା, ସୀମାରେଖା ଦାଶ,ବନ୍ୟପ୍ରାଣୀ ସ୍କ୍ୱାର୍ଡ ବିମଳ କିଶୋର ପ୍ରଧାନ,ପ୍ରୀତମ ଗଡ଼ତିଆ,ପଞ୍ଚବଟୀ ବନ ସୁରକ୍ଷା ସମିତି, ବେଲବାହାଲିର ଖତୁ ବିଶ୍ୱାଳ,ବନ ସୁରକ୍ଷା ସମିତି କମଗାଁର ଉପସଭାପତି ଗୀତା ବାଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସ୍ମୃତି ସ୍ୱରୂପ ବଣଭୋଜି ସ୍ଥଳରେ ଏକ ଚାରା ରୋପଣ କରାଯାଇଥିଲା।ବରଗଡ଼ ଡିଏଫଓ ସରୋଜ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏବଂ ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତୁରୁମ ବନପାଳ ଲୋକେଶ୍ଵର ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଭଟଲି ବନପାଳ କୈଳାସ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।




