ନୂଆଗଡ ହାଇସ୍କୁଲ ରେ ନେତାଜୀ ଓ ସୁରେନ୍ଦ୍ରସାଏଙ୍କ ଜୟନ୍ତୀ ପାଳିତ

ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଳକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତା ରେ ଓ ଆନନ୍ଦ ସାହୁଙ୍କ ସଂଯୋଜନା ରେ ନେତାଜୀ ଓ ସୁରେନ୍ଦ୍ରସାଏ ଙ୍କ ଜୟନ୍ତୀ ପାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପ୍ରଧାନ ଶିକ୍ଷକ ଆମିର ସାହୁ ମୁଖ୍ୟ ଅତିଥି,ପରିଚାଳନା ସମିତି ସଭାପତି ଭୋଜରାଜ୍ ସା,ଗୁରୁଦେବ ପାତ୍ର, ସୁବାଷ ଚନ୍ଦ୍ର ସାହୁ,ନିରୁପମା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଗଜାନନ ବେହେରା,ଶିକ୍ଷୟତ୍ରୀ ସୁମିତ୍ରା ପଟେଲ, ଜୁଲି ସରାଫ, ଡ଼ଲି ସରାଫ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଓ ଶିକ୍ଷକ ମାନେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୀବନୀ ତଥା ସ୍ଵାଧିନତା ସଂଗ୍ରାମ ରେ ତାଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ପାଣ୍ଡବ ପ୍ରଧାନ, ଓକିଲ ଖମାରୀ ଓ ଅଶୋକ ସାହୁ ସହଯୋଗ କରିଥିଲେ।ଶିକ୍ଷକ ରାଜେଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।




