ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ:

ବରଗଡ଼::୨୩/୦୧/୨୦୨୬(ପବିତ୍ର ମେହେର):: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ନାୟକ,ଶିକ୍ଷକ ସଞ୍ଜୟ ଖମାରୀ, ପୂର୍ବତନ ହିନ୍ଦୀ ଶିକ୍ଷକ ରାଧେଶ୍ୟାମ ବାରିକ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ, ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ, ଈଶ୍ୱର ପଧାନ, ବୋଧରାମ ବିଶ୍ବାଳ,ପଦ୍ମଲୋଚନ ବିଶି, ପ୍ରଶାନ୍ତ ମହାପାତ୍ର, ରଞ୍ଜିତ ସାହୁ, ଅମ୍ବଲ୍ୟ ଭୋଇ, ସୁଦର୍ଶନ ପଧାନ,ଦେବାଶିଷ ମିର୍ଦ୍ଧା,ଶିକ୍ଷୟିତ୍ରୀ ରୋଜାଲିନ ଭୋଇ,ସୌଦାମିନୀ ବାରିକ,ରାଜକୁମାରୀ ଭୁଏ,ମନୋଜା ପଟେଲ,ପୁଷ୍ପାଞ୍ଜଳି ପଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।



