ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ଚାଷୀ ମିଲର୍ସ ଏଜେଣ୍ଟଙ୍କ ମୁଁହା ମୁହଁ, କଳାହାଣ୍ଡି

ଭବାନୀପାଟଣା ,ଧର୍ମଗଡ଼।(ଜାଗ୍ରତ ଭାରତ)ଜିଲ୍ଲାର ମଣ୍ଡି ମାନଙ୍କଠାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି., ବିଶେଷକରି ମିଲର୍ସ ମାନଙ୍କ ଏଜେଣ୍ଟମାନଙ୍କ ଦବଙ୍ଗ ଗିରି କରୁଥିବା ଘଟଣା ନଜରକୁ ଆସିଛି। ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷୀ ଧାର କରଜ କରି ବହୁ କଷ୍ଟରେ ଶସ୍ୟ ଧାନ ଉତ୍ପାଦନ କରିଥାଏ ହେଲେ ଏତିକିରେ ତାର ଦୁଃଖ ସରିନଥାଏଉତ୍ପାଦିତ ଶସ୍ୟ ଧାନକୁ ବିକ୍ରୟ କରିବାପାଇଁ ମଣ୍ଡିରେ ବର୍ଷା ଶୀତ କାକରରେ ପଡ଼ିରହି ଧାନ ବିକ୍ରୟ କରିବ ଏହି ବିକ୍ରୟ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସରକାର ଚାଷୀକୂଳ ପାଇଁ ସୁବିଧା କରୁଛନ୍ତି ତାହା ଯଥେଷ୍ଟ ନୁହେଁ ଚାଷୀ ରାଜ ରାସ୍ତାରେ ତାର ଦୁଃଖସରକାରଙ୍କୁ ଅବଗତ କରାଇଛି ହେଲେ ସୁଣୁଛି କିଏ ଏହାପରେ ମଣ୍ଡିରେ ମିଲର୍ସର ଏଜେଣ୍ଟମାନେ କଟନୀ ଛଟନୀ ଏକ ଶବ୍ଦ ପୁରାଇ ଚାଷୀର ହୋସ ଉଡ଼େଇ ଦେଉଛନ୍ତି, ଯଦି ଚାଷୀ ପ୍ରତିବାଦ କରେ ଚାଷୀକୁ ହାତ ଉଠାଇବାକୁ ମଧ୍ୟ ପଛାଉ ନାହାନ୍ତି। ଏପର ଏକ ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଅଞ୍ଚଳର ଘୋଟିଅ ଧାନ ମଣ୍ଡିରେ ଚାଷୀଠାରୁ ରୋକଠୋକ, ୬ରୁ ୭କେଜି କଟନା ଛଟନୀ କରୁଥିବାରୁ ଚାଷୀ ଓ ଏଜେଣ୍ଟ ମଧ୍ୟରେ ପାଟିତୁଣ୍ଡ ହାତହାତି ହୋଇଥିବା ଖବର ମିଳୁଛି ଏହା ସତ୍ୟ ହେଲେ ସାଂଘାତିକ , ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଆଇଏମ୍ ସି କର୍ମଚାରୀ ଓ ମିଲର୍ସ ମିଳିତ ଭାବରେ ଅର୍ଥ କାରବାର କରି ଧାନ ଉଠାଉଛନ୍ତି।ଏହା ତଦନ୍ତ ସାପେକ୍ଷ ଏଠାରେ ପ୍ରକାଶଯୋଗ୍ୟ ଯେ ଘୋଟିଆ ମଣ୍ଡି ଚ଼ଳିତବର୍ଷଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୪ ହଜାର ଧାନ ସଂଗ୍ରହ ନିମନ୍ତେ ନିର୍ଦ୍ଦେଶ ରହିଛି।ମଣ୍ଡିରେ ୭୯୧ଜଣ ଚାଷୀ ପଞ୍ଚକୃତ ହୋଇଛନ୍ତି. ବର୍ତ୍ତମାନ ଯାଏଁ ୪୩୦ଜଣ ଚାଷୀଙ୍କଠାରୁ ୧୫ ହଜାର କୁଇଣ୍ଟାଲ ଧାନସଂଗ୍ରହ ହୋଇଛି| ସମସ୍ତ ବଡ଼ ଚାଷୀମାନେ ହଁ ମଣ୍ଡିକୁ ଯାଉଥିବା ବେଲେ ଛୋଟ ଚାଷୀମାନେ ଦଳାଳମାନଙ୍କ ଶିକାର ହେଉଥିବା ଦେଖିବାକୁ ମିଳୁଛି ଛୋଟ ଚାଷୀ ଧାନ ବିକ୍ରୟ କରି ମହାଜନୀ ରୁଣୁ ସୁଝିବ ଘର ଅଗଣାରେ ମହାଜନ ଏହାରି ସୁଯୋଗ ନେଇ ଦଳାଳମାନେ ଚାଷୀକୁ ସୋଶଣ କରୁଥିବା ଘଟଣାମାନ ନଜରକୁ ଆସୁଛି। ଚାଷୀ ଠୁ ଧାନ ନେଇ ଟଙ୍କା ଦେବାରେ ବୁଲାଉଛନ୍ତି। ଚାଷୀ ବାପୁଡ଼ା ବାଧ୍ୟହୋଇ ଥାନାର ଦ୍ଵାରସ୍ତ ହେଉଛି ହେଲେ ଆଜି ଦେବି କାଳି ଦେବି କହି ମାସ ଗଡ଼େଇ ଚାଲୁଛି। ଏପରି ଦଳାମାନଙ୍କୁ ପ୍ରସାଶନ ଦୃଷ୍ଟିଦେଇ ମଣ୍ଡି ଓ ଘୁରି ବୁଲୁଥିବା ଦଲାଳମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଚାଷୀନେତା ମାନେ ଦାବୀ କରିଛନ୍ତି।



