
ସାଧାରଣତନ୍ତ୍ର ଦିବସର ପବିତ୍ର ଦିନରେ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗ ଙ୍କର ମିଳିତ ନିର୍ଦେଶ କ୍ରମେ ତାଳଚେର ଆଇନ୍ ସହାୟତା କମିଟି ଙ୍କ ତରଫରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ରାଲିଟି ଏକ ଜନସଚେତନତା କାର୍ଯକ୍ରମ ରୂପେ ବାଲ୍ୟ ବିବାହ କୁ ବନ୍ଦ କରିବା ନିମିତ୍ତ ଏକ ପ୍ରୟାସ। ଏହି ରାଲୀ ଟି ତାଳଚେର ଆଇନ୍ ସହାୟତା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତାଳଚେର ମାନ୍ୟବର ଶ୍ରୀଯୁକ୍ତ ସତ୍ୟ ନାରାୟଣ କର ଙ୍କର କରକମଳରେ ଉଦଘାଟିତ ହୋଇ ତାଳଚେର ଅଦାଲତ ପ୍ରାଙ୍ଗଣ ରୁ ଆରମ୍ଭ ହୋଇ ରାଜ ବାଟି ଠାରେ ଶେଷ କରାଯାଇଥିଲା। ରାଲ କୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ତାଳଚେର ଆଇନ୍ ସହାୟତା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତାଳଚେର ମାନ୍ୟବର ଶ୍ରୀଯୁକ୍ତ ସତ୍ୟ ନାରାୟଣ କର, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଦଣ୍ଡାଧିକାରି ମାନ୍ୟବର ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରି ସୁଶ୍ରୀ କୃଷ୍ଣା ସୁବୁଦ୍ଧି, ତାଳଚେର ଓକିଲ ସଂଘ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ସରକାରୀ ଓକିଲ, ଅନ୍ୟାନ୍ୟ ବରିଷ୍ଠ ଆଇଜୀବୀ, ତାଳଚର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସରକାରି ଶିଳ୍ପ ଅନୁଷ୍ଠାନ ର ଛାତ୍ର, ସ୍ଥାନୀୟ S H G, Anganawadi କର୍ମୀ, ସିଭିଲ କୋର୍ଟ ତାଳଚେର ର କର୍ମଚାରୀ ପ୍ରମୁଖ ଭାଗ ନେଇଥିଲେ। ତାଳଚେର ଥାନାର ଆରକ୍ଷୀ ବାହିନୀ ଉକ୍ତ କାର୍ଯକ୍ରମ ରେ ସାଧାରଣ ଜନତାଙ୍କ ବିନା ଅସୁବିଧା ରେ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।




